ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ ର ବିକାଶ ପାଇଁ ୮ କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ମିଳିଥିବାରୁ ପିଏମଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 30 ଏପ୍ରିଲ୍ (ହି.ସ.)- ରେଢ଼ାଖୋଲ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ ର ସାମଗ୍ରିକ ବିକାଶ ପାଇଁ ୮ କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ ର ବିକାଶ ପାଇଁ ୮ କୋଟି ୩୦ ଲକ୍ଷରୁ     ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ମିଳିଥିବାରୁ ପିଏମଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 30 ଏପ୍ରିଲ୍ (ହି.ସ.)- ରେଢ଼ାଖୋଲ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ ର ସାମଗ୍ରିକ

ବିକାଶ ପାଇଁ ୮ କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ପ୍ରକଳ୍ପ ମାଧ୍ୟମରେ ପ୍ରବେଶ ପଥ, ବ୍ରିଜ୍,

ଭ୍ୟୁ

ପଏଣ୍ଟ, ସୌର ଶକ୍ତି ବ୍ୟବସ୍ଥା ଏବଂ ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ବିଶ୍ରାମ ଗୃହ

ଆଦି ନିର୍ମାଣ କରାଯିବ । ଏହି ପଦକ୍ଷେପ ଐତିହ୍ୟ ସମ୍ପନ୍ନ ଭୀମମଣ୍ଡଳୀର ଇତିହାସକୁ

ସୁଦୂରପ୍ରସାରୀ କରାଇବା ସହ ସମ୍ବଲପୁରର ପର୍ଯ୍ୟଟନ ଶିଳ୍ପକୁ ଅଧିକ ସୁଦୃଢ଼ କରିବ । ସ୍ଥାନୀୟ ଜନସାଧାରଣଙ୍କ

ପାଇଁ ଏହି ପ୍ରକଳ୍ପ ନୂଆ ସୁଯୋଗ ସୃଷ୍ଟି କରିବ, ଯାହା ଅଞ୍ଚଳର ସାମାଜିକ ଓ

ଆର୍ଥିକ ବ୍ୟବସ୍ଥାକୁ ଏକ ନୂତନ ଗତି ପ୍ରଦାନ କରିବ ବୋଲି ବିଶ୍ୱାସ ପ୍ରକାଶ କରିଛନ୍ତି

କେନ୍ଦ୍ରମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande