ମେ ୨ରେ ମାଟ୍ରିକ ରେଜଲ୍ଟ
ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- ଆସନ୍ତା ମେ'' ୨ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାର ଫଳ ମେ'' ୨ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ବୋଲି ପ୍ରେସ୍ ରିଲିଜ୍ ଜରିଆରେ ବିଏସଇ ସୂଚନା ଦେଇଛି।
BSE Odisha


ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- ଆସନ୍ତା ମେ' ୨ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାର ଫଳ ମେ' ୨ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ବୋଲି ପ୍ରେସ୍ ରିଲିଜ୍ ଜରିଆରେ ବିଏସଇ ସୂଚନା ଦେଇଛି। ଚଳିତ ବର୍ଷର ଦଶମ ପରୀକ୍ଷା ସହ ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ସଂଧ୍ୟା ୭ଟା ପରେ ବୋର୍ଡର ୱେବ ସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ.ବିଏସଇଓଡ଼ିଶା.ଏସି.ଇନ୍ ଏବଂ ଡବ୍ଲୁଡବ୍ଲୁଡବ୍ଲୁ.ବିଏସଇଓଡ଼ିଶା.ଏନଆଇସି.ଇନ୍ ରେ ଦେଖିପାରିବେ। ସେହିପରି ଇଂଟରନେଟ୍ ନ ଥିବା ଅଂଚଳରେ ରୋଲ୍ ନଂକୁ ଏସଏମଏସ କରି ରେଜଲ୍ଟ ଜାଣିହେବ। ଏଥିପାଇଁ ଓଆର୧୦ ରୋଲନଂ ଲେଖି ୫୬୭୬୭୫୦କୁ ଏସଏମଏସ କରିବାକୁ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande