
ଭୁବନେଶ୍ୱର, 30 ଏପ୍ରିଲ୍ (ହି.ସ.)- ମହିଳା ସଂରକ୍ଷଣକୁ ନେଇ ଆଲୋଚନା ବେଳେ କେନ୍ଦୁଝର କଙ୍କାଳ ଘଟଣାକୁ ନେଇ ବର୍ଷିଛନ୍ତି
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ତାଙ୍କ ଅଭିଭାଷଣରେ କହିଛନ୍ତି ସ୍ୱତନ୍ତ୍ର ଅଧିବେଶନ
ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। ମାଟି ତଳୁ କଙ୍କାଳ କାଢ଼ି ପ୍ରମାଣ ଦେବା କିଭଳି
ମହିଳା ସଶକ୍ତିକରଣ ବୋଲି ସେ ପ୍ରଶ୍ନ କରିଛନ୍ତି । ତାଙ୍କର ଭାଇ ତାଙ୍କ ମୃତ୍ୟୁ ପରେ ବହୁଥର
ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ, କିନ୍ତୁ ପ୍ରତିଥର ସେଠାରେ ତାଙ୍କୁ
ପ୍ରମାଣ ଆଣିବାକୁ ହଇରାଣ କରାଯାଇଥିଲା। ଏହାଠାରୁ ମଧ୍ୟ ଅଧିକ ଦୁଃଖଦ ଯେ ବ୍ୟାଙ୍କରେ କଙ୍କାଳ
ଦେଖାଇବା ପରେ ତାଙ୍କୁ ପୁଣି ଥରେ ଏହାକୁ ଚାଲିଚାଲି ଘରକୁ ନେବାକୁ ପଡ଼ିଥିଲା
ପ୍ରଶାସନର ଉତ୍ତର ଦାୟିତ୍ଵ ନାହିଁ। ଅନ୍ତର୍ଜାତୀୟ ଗଣମାଧ୍ୟମରେ ଓଡ଼ିଶାର ଏହି ପ୍ରସଙ୍ଗକୁ
ନେଇ ଆଲୋଚନା ହୋଇଛି। ସେ କହିଛନ୍ତି ଯେ, ଡବଲ୍
ଇଞ୍ଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି । ଏପରି ଅମାନବୀୟ ଶାସନ ବ୍ୟବସ୍ଥା ଓଡ଼ିଶାର ଇତିହାସରେ
ପୂର୍ବେ କେବେ ଦେଖାଯାଇନଥିଲା । ଓଡ଼ିଶାରେ ମହିଳା ଅସୁରକ୍ଷିତ ବୋଲି କହିଥିଲା ଆମେରିକା ।
ରାଜ୍ୟର ବିଜେପି ସରକାରକୁ ମହିଳାଙ୍କ ମର୍ଯ୍ୟାଦା ଓ ସଶକ୍ତିକରଣ ଉପରେ କଥା କହିବାର କୌଣସି
ଅଧିକାର ନାହିଁ। ଶାସନ ବର୍ତ୍ତମାନ କେବଳ ଦେଖାଣିଆ ଓ ପ୍ରଚାରରେ ସୀମିତ ହୋଇଯାଇଛି।
ମୁଖ୍ୟମନ୍ତ୍ରୀଙ୍କୁ ଆଉ କୌଣସି ବକ୍ତବ୍ୟ ଦେବା ପୂର୍ବରୁ ଆତ୍ମମନ୍ଥନ କରିବା ଉଚିତ। ଏହି ଘଟଣା
ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଘଟିଛି, ଯାହା ରାଜ୍ୟର ଭୟାବହ ପରିସ୍ଥିତିକୁ
ଦର୍ଶାଏ।
ବିଜୁ ବାବୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଥିଲେ । ୨୦୦୦
ମସିହାରେ ମୋ ସରକାର ୫୦% ସଂରକ୍ଷଣ ଦେଇଥିଲା ।
ଏନେଇ ନବୀନ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସମସ୍ତ ସଂସାଦଙ୍କୁ ଚିଠି ଲେଖିଥିବା କହିଛନ୍ତି । ସୀମା
ନିର୍ଦ୍ଧାରଣ ବିଲ୍ ରାଜ୍ୟର ରାଜନୈତିକ ଅଧିକାରୀ କମେଇବ । ମୁଁ ଥିବା ଯାଏଁ ଓଡ଼ିଶାବାସୀ ହକ୍ରୁ
ବଞ୍ଚିତ ହେବେ ନାହିଁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା
କାନ୍ଦୁଛନ୍ତି ବିଜେପି ବିଧାୟକ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା