ଦମ ଅଛି ଯଦି ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ ସରକାର - ରାମ ଚନ୍ଦ୍ର କାଡାମ
୍ ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଆଜି ଏ ସରକାରର ମହିଳା ମାନଙ୍କ କଥା ମନେପଡିଲା। ବିଜେପି ଜାଣିଶୁଣି ୨୦୨୩ ରେ ପାରିତ ମହିଳା ବିଲ୍ କୁ କାହିଁକି
ଦମ ଅଛି ଯଦି ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ ସରକାର - ରାମ ଚନ୍ଦ୍ର କାଡାମ


ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଆଜି ଏ ସରକାରର ମହିଳା ମାନଙ୍କ କଥା ମନେପଡିଲା। ବିଜେପି ଜାଣିଶୁଣି ୨୦୨୩ ରେ ପାରିତ ମହିଳା ବିଲ୍ କୁ କାହିଁକି କାର୍ଯ୍ୟକାରୀ କରିପାରିଲେ ନାହିଁ। କଂଗ୍ରେସ ସେ ବିଲ୍ କୁ ସମର୍ଥନ କରିଥିଲା। କଂଗ୍ରେସ ନନ୍ଦିନୀ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ଆପଣଙ୍କ ଦମ ଅଛି ଯଦି ମହିଳା ଉପ ମୁଖ୍ୟମନ୍ତ୍ରୀ କି ମହିଳା ବାଚସ୍ପତିଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରେ ବସାଉ ନାହାଁନ୍ତି। ମହିଳା ଙ୍କ ପାଇଁ ବିଲ୍ କାଟ ଖାଇନାହିଁ। ସୀମା ପୁନଃ ନିର୍ଦ୍ଧାରଣ ପାଇଁ କାଟ ଖାଇଗଲା। ସିଜି ମାଳିରେ ଆଦିବାସୀ ମା ମାନଙ୍କୁ ଅତ୍ୟାଚାର କରୁଛନ୍ତି। ଆଦିବାସୀ ମୁଖ୍ୟମନ୍ତ୍ରୀ କିନ୍ତୁ ଆଦିବାସୀ ମାନେ ନିର୍ଯ୍ୟାତିତ ହେଉଛନ୍ତି। ପେସା ଆଇନ୍ ଲାଗୁ କରି ପାରିବେ ନାହିଁ। ମହିଳା ସୁରକ୍ଷା ନେଇ ଆମେ ଲଢିଲୁ ବୋଲି ୧୪ କଂଗ୍ରେସ ବିଧାୟକ ମାନଙ୍କୁ ବିଧାନସଭାରୁ ନିଲମ୍ବନ କରାଗଲା। ଭଉଣୀର ଶବ କୁ ଭାଇ ମାଟି ତଳୁ କାଢି ବ୍ୟାଙ୍କ କୁ ନେଉଛି। ଦୁର୍ଭାଗ୍ୟ ବୋଲି କହିଛନ୍ତି ରାମ ଚନ୍ଦ୍ର।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande