
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ଏଣିକି ମାସକୁ 5 କେଜି
ବଦଳରେ ମିଳିବ 10 କେଜି ଚାଉଳ । ମୋଦି ଦେବେ 5 କେଜି ମୋହନ ମାଝୀ ଦେବେ 5 । ଏଣିକି ଗରିବଙ୍କୁ
ମିଳିବ ମାସକ 10 କେଜି ଚାଉଳ ।
ବିଧାନସଭାରେ ବିଧାୟକ ମାନେ 5 କେଜି
ଚାଉଳ ପର୍ଯ୍ୟାପ୍ତ ହେଉନଥିବା ଦାବି କରୁଥିଲେ । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା
ଯୋଜନା ଅଣାଯାଇଛି । ରାଜ୍ୟର ଜାତୀୟ ଖାଦ୍ୟ
ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଥିବା 3 କୋଟି 22 ଲକ୍ଷ ହିତାଧିକାରୀ 5 କେଜି
ଚାଉଳ ପାଇବେ ବୋଲି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ।
ଏଥିପାଇଁ ମାସକୁ 734 କୋଟି ହିସାବରେ 8813 କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ
ହେବ । ଏହା ଦ୍ୱାରା ରାଜ୍ୟର ଗରିବ ଶ୍ରେଣୀର ଲୋକ ଅଧିକ ଲାଭବାନ ହେବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା