କୃଷକ ବିକାଶ ସମବାୟ ସମିତି ପକ୍ଷରୁ ଅକ୍ଷୟ ତୃତୀୟାରେ ବିଶାଳ ଚାଷୀ ସମାବେଶ
କେନ୍ଦ୍ରାପଡ଼ା, ୦୫ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା କୃଷକ ବିକାଶ ସମବାୟ ସମିତି ପକ୍ଷରୁ ଚଳିତ ମାସ ୨୦ ତାରିଖ ଅକ୍ଷୟ ତୃତୀୟାରେ ବିଶାଳ ଚାଷୀ ସମାବେଶ ପୈାରାଂଚଳ ଅଧିନ ସ୍ଥାନୀୟ ଟେଲିକମ ପଡ଼ିଆରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସମିତିର ସଭାପତି ସମବାୟବିତ୍ ପ୍ରମୋଦ କୁମାର ସାହୁଙ
କୃଷକ ବିକାଶ ସମବାୟ ସମିତି ପକ୍ଷରୁ ଅକ୍ଷୟ ତୃତୀୟାରେ ବିଶାଳ ଚାଷୀ ସମାବେଶ


କେନ୍ଦ୍ରାପଡ଼ା, ୦୫ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା କୃଷକ ବିକାଶ ସମବାୟ ସମିତି ପକ୍ଷରୁ ଚଳିତ ମାସ ୨୦ ତାରିଖ ଅକ୍ଷୟ ତୃତୀୟାରେ ବିଶାଳ ଚାଷୀ ସମାବେଶ ପୈାରାଂଚଳ ଅଧିନ ସ୍ଥାନୀୟ ଟେଲିକମ ପଡ଼ିଆରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସମିତିର ସଭାପତି ସମବାୟବିତ୍ ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତି ମୁତାବକ ଏହି କାର୍ଯ୍ୟକ୍ରମ ରେ କୃଷି କ୍ଷେତ୍ର ସଂପର୍କୀୟ ବିଭିନ୍ନ ରାଜନେତା, ସରକାରୀ ଉଚ୍ଚ ଅଧିକାରୀ ଓ କୃଷି ବୈଜ୍ଞାନିକମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରାଯିବ। କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ବିଭିନ୍ନ ବର୍ଗର ସଫଳ ଚାଷୀ ଓ କୃତି ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏଥିରେ ଅବିଭକ୍ତ କଟକ ଜିଲ୍ଲାର ଚାଷୀ ଭାଇ ଭଉଣୀମାନେ ବିପୁଳ ସଂଖ୍ୟାରେ ଯୋଗଦେବେ ବୋଲି ଜଣାପଡ଼ିଛି। ବୈଠକରେ ଉପ ସଭାନେତ୍ରୀ ପାର୍ବତୀ ନାୟକଙ୍କ ସମେତ ନୃସିଂହ ଚରଣ ମହାନ୍ତି, ରଂଜନ କୁମାର ସେଠୀ, ମହେଶ୍ୱର ଜେନା, ଅଭୟ ସାମଲ, ରବିନ୍ଦ୍ର ଧଳ, ମାନସୀ ମଲିକ ପ୍ରମୁଖ ନିଦ୍ଦେର୍ଶକ ନିର୍ଦ୍ଦେଶିକାମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସମିତିର ସଂପାଦକ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande