
ଜୟପୁର, ୫ ଅପ୍ରେଲ (ହି.ସ.)- କୋରାପୁଟ ଜିଲ୍ଲା କୋଲାବ ଅଂଚଳ ହନୁମାନ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜୟପୁର ପଲି ଶାଖାର କୋଲାବ, ବୈପାରୀଗୁଡା, ଜୟପୁର ଓ ଫାଂପୁଣି ଅଂଚଳର ପ୍ରାୟ ଷାଠିଏରୁ ଉର୍ଦ୍ଧ ଆଳୀୟ ପରିବାର ଏହି ବନ୍ଧୁ ମିଳନ ଉତ୍ସବରେ ଏକତ୍ରିତ ହୋଇଥିଲେ l ଏହି ବନ୍ଧୁ ମିଳନ ଉତ୍ସବଟିର ସଭାପତି ସିମାଞ୍ଚଳ ନାହାକଙ୍କ ଅଧ୍ୟକ୍ଷତାରେ ଦୀର୍ଘ ବର୍ଷ ହେବ ନିରନ୍ତର ଭାବେ ପାଳିତ ହୋଇ ଆସୁଅଛି l ଉତ୍ସବଟିର ଆରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ନାମ ସ୍ମରଣ ସହ କୁଳ ଗଙ୍ଗାଙ୍କ ପୂଜା ଓ ପାରମ୍ପରିକ ଆଚାର ଵିଧି ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭଆରମ୍ଭ କରାଯାଇଥିଲା l ପରେ ସମାଜର ସଦସ୍ୟ ବନ୍ଧୁ ମାନେ ବହୁ ସଂଖ୍ୟାରେ ଯୋଗଦେଇ ପରସ୍ପର ମଧ୍ୟରେ ସମ୍ପର୍କ ଓ ପରିଚୟ ପ୍ରଦାନ କରି ସମ୍ପ୍ରତି ବୃଦ୍ଧି କରିଥିଲେ l ସମାଜର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ନାରୀ ଶିକ୍ଷାର ପ୍ରଚାର, ସଚେତନତା ବୃଦ୍ଧି, ଯୁବ ପିଢ଼ିଙ୍କୁ ସଠିକ ଦିଗରେ ପ୍ରେରିତ କରିବା, ଅନ୍ଧବିଶ୍ୱାସ ଓ କୁ-ସଂସ୍କାର ଦୂର କରି ସାମାଜିକ ସଚେତନତା ବଢେଇବା ସହିତ ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟଣା ସମୟରେ ସମାଜର ଅସହାୟ ଓ ବିପନ୍ନ ଲୋକଙ୍କୁ ସହାୟତା କରିବା ଇତ୍ୟାଦି ସମାଜର ପ୍ରମୁଖ ଲକ୍ଷ୍ୟ ବୋଲି ବିସ୍ତୃତ ଆଲୋଚନା କରାଯାଇଥିଲା l ଏହିପରି ବନ୍ଧୁ ମିଳନ ମାଧ୍ୟମରେ ସମାଜରେ ଏକତା, ଭାଇ ଚାରା ଓ ସହଯୋଗୀତାର ଭାବନା ଅଧିକ ସୁଦୃଢ ହୋଇଥିବା କଥା, ସଭାପତି ସିମାଞ୍ଚଳ ନାହାକ ପ୍ରକାଶ କରିଥିଲେ l ଉକ୍ତ ବନ୍ଧୁ ମିଳନ ଉତ୍ସବଟିର ଯୋଜନା ଓ ସଫଳ ଆୟୋଜନରେ ସମ୍ପାଦକ କାଁହୁ ଚରଣ ନାହାକ, ଉପସଭାପତି, ଦୀନବନ୍ଧୁ ରାଉତ, କୋଷାଧକ୍ଷ ମହେଶ୍ୱର ମହାନ୍ତି, ବିଜୟ କୁମାର ନାହାକ, ତରଣୀ ପ୍ରଧାନ, ରାମଚନ୍ଦ୍ର ବେହେରା, ସୌରା ଲେଙ୍କା ଓ ସିମାଞ୍ଚଳ ନାହାକ ଓ ଭଗବାନ ସ୍ୱାଇଁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି