ଭାଲୁ ଆକ୍ରମଣରେ ୨ ମହିଳା ଗୁରୁତର
ନୂଆପଡ଼ା, ୫ ଅପ୍ରେଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ରେଞ୍ଜ ଅନ୍ତର୍ଗତ ସିରିଗିଡି ଗ୍ରାମରେ ଆଜି ସକାଳ ୬ଟା ସମୟରେ ଏକ ଭାଲୁ ଆକ୍ରମଣରେ ୨ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ସିରିଗିଡି ଗ୍ରାମର ୨ ଜଣ ମହିଳା ପୂର୍ଣ୍ଣିମା ମାଝୀ (୨୫) ଓ ସମଲେଶ୍ୱରୀ ରାଉତ (୨୨)
Bear attack 2 injured


ନୂଆପଡ଼ା, ୫ ଅପ୍ରେଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ରେଞ୍ଜ ଅନ୍ତର୍ଗତ ସିରିଗିଡି ଗ୍ରାମରେ ଆଜି ସକାଳ ୬ଟା ସମୟରେ ଏକ ଭାଲୁ ଆକ୍ରମଣରେ ୨ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ସିରିଗିଡି ଗ୍ରାମର ୨ ଜଣ ମହିଳା ପୂର୍ଣ୍ଣିମା ମାଝୀ (୨୫) ଓ ସମଲେଶ୍ୱରୀ ରାଉତ (୨୨) ଆଜି ସକାଳ ସମୟରେ ସ୍ଥାନୀୟ ଜଙ୍ଗଲ ନିକଟରେ ଥିବା ଏକ ମହୁଲ ଗଛରୁ ମହୁଲ ଫୁଲ ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଭାଲୁ ପୂର୍ଣ୍ଣିମା ଓ ସମଲେଶ୍ୱରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଲୋକେ ଗୁରୁତର ଆହତ ଅବସ୍ଥାରେ ୨ ଜଣଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଖରିଆର ରୋଡ଼ ବନ ବିଭାଗ ଖବର ପାଇ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଉଭୟଙ୍କୁ ଉପଯୁକ୍ତ ଚିକିତ୍ସା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande