ଆସନ୍ତାକାଲି ଠାରୁ ବ୍ରହ୍ମପୁର ମହୋତ୍ସବ
ଗଞ୍ଜାମ, ୫ ଅପ୍ରେଲ (ହି.ସ.)- ଆସନ୍ତାକାଲି ଅର୍ଥାତ୍ ୬ ତାରିଖରୁ ଵ୍ରହ୍ମପୁର ମହୋତ୍ସବ ଖଲ୍ଲିକୋଟ କଲେଜ ଖେଳପଡ଼ିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ସେଥିପାଇଁ ଖେଳ ପଡିଆ ସଂପୂର୍ଣ୍ଣ ସଜେଇ ହୋଇ ସାରିଲାଣି। ଏଥିରେ ନାଚଗୀତ ସାଙ୍ଗକୁ ବିଭିନ୍ନ ପ୍ରକାରର ପ୍ରଦର୍ଶନୀର ବ୍ୟବସ୍ଥା କରାଯାଇଛି। ନାଚଗୀତରେ ଦ
ଆସନ୍ତାକାଲି ଠାରୁ ବ୍ରହ୍ମପୁର ମହୋତ୍ସବ


ଗଞ୍ଜାମ, ୫ ଅପ୍ରେଲ (ହି.ସ.)- ଆସନ୍ତାକାଲି ଅର୍ଥାତ୍ ୬ ତାରିଖରୁ ଵ୍ରହ୍ମପୁର ମହୋତ୍ସବ ଖଲ୍ଲିକୋଟ କଲେଜ ଖେଳପଡ଼ିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ସେଥିପାଇଁ ଖେଳ ପଡିଆ ସଂପୂର୍ଣ୍ଣ ସଜେଇ ହୋଇ ସାରିଲାଣି। ଏଥିରେ ନାଚଗୀତ ସାଙ୍ଗକୁ ବିଭିନ୍ନ ପ୍ରକାରର ପ୍ରଦର୍ଶନୀର ବ୍ୟବସ୍ଥା କରାଯାଇଛି। ନାଚଗୀତରେ ଦୁଲୁକିବ ବ୍ରହ୍ମପୁର ସହର। ମହୋତ୍ସବ ଆସନ୍ତା ୧୨ ତାରିଖ ଯାଏ ଅନୁଷ୍ଠିତ ହେବ। ବ୍ରହ୍ମପୁର ଵିଧାୟକ କେ. ଅନୀଲ କୁମାରଙ୍କ ସହ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ଵିଇଏମସି ର ମିଳିତ ସହଯୋଗରେ ମହୋତ୍ସବର ସମସ୍ତ କାର୍ଯ୍ୟ ଚୂଡାନ୍ତ ପ୍ରସ୍ତୁତି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande