ଅଖିଳ ଭାରତ ଦଳିତ ଅଧିକାର ଆନେ୍ଦାଳନର ରାଜ୍ୟସ୍ତରୀୟ କନଭେନସନ
ଘରୋଇ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦିଅ ଓ ଜାତି ନାମିତ ପଡ଼ା, ସାହି ଓ ଗ୍ରାମର ନାମ ପରିବର୍ତ୍ତନ କରି ମହାପୁରୁଷଙ୍କ ନାମରେ ନାମିତ କରିବାକୁ ଦାବି ଅଖିଳ ଭାରତ ଦଳିତ ଅଧିକାର ଆନେ୍ଦାଳନ (ଏଆଇଡିଆରଏମ୍)ର ରାଜ୍ୟସ୍ତରୀୟ କନ୍ଭେନସନ ଆଜି ଭୁବନେଶ୍ୱରର ଅଶୋକନଗରସ୍ଥିତ ଭଗବତୀ ଭବନଠାରେ ଅନୁଷ୍ଠ
ଅଖିଳ ଭାରତ ଦଳିତ ଅଧିକାର ଆନେ୍ଦାଳନର ରାଜ୍ୟସ୍ତରୀୟ କନଭେନସନ


ଘରୋଇ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦିଅ ଓ ଜାତି ନାମିତ ପଡ଼ା, ସାହି ଓ ଗ୍ରାମର ନାମ ପରିବର୍ତ୍ତନ କରି ମହାପୁରୁଷଙ୍କ ନାମରେ ନାମିତ କରିବାକୁ ଦାବି

ଅଖିଳ ଭାରତ ଦଳିତ ଅଧିକାର ଆନେ୍ଦାଳନ (ଏଆଇଡିଆରଏମ୍)ର ରାଜ୍ୟସ୍ତରୀୟ କନ୍ଭେନସନ ଆଜି ଭୁବନେଶ୍ୱରର ଅଶୋକନଗରସ୍ଥିତ ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବାବାଜୀ ଜେନା, ରାଣୀମୋତି ଛତି୍ରଆ, ସୀମାଞ୍ଚଳ ବେହେରାଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କନଭେନସନରେ ଦାମୋଦର ବେହେରା ଏକ ଭିତ୍ତିପତ୍ର ଉପସ୍ଥାପନ କରିଥିଲେ । ଏହି କନ୍ଭେସନରେ ସିପିଆଇ ଜାତୀୟ ସମ୍ପାଦକମଣ୍ଡଳୀ ସଦସ୍ୟ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ଉଦ୍ବୋଧନ ଦେଇ ଶତାବ୍ଦୀ ଶତାବ୍ଦୀ ଧରି ଜାତିଆଣ ବିଦ୍ୱେଷ, ଘୃଣା, ହିଂସା, ଭିଡ଼ ହତ୍ୟାର ଶିକାର ହୋଇ ଆସିଥିବା ଦଳିତ ସମାଜ ଉପରୁ ସାମାଜିକ ଶୋଷଣ ନିର୍ଯାତନା ବନ୍ଦ ପାଇଁ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରଣିତ ଭାରତୀୟ ସମ୍ବିଧାନରେ ବ୍ୟବସ୍ଥା ଥିଲେ ମଧ୍ୟ ସମ୍ବିଧାନ ପ୍ରଣୟନର ୭୭ ବର୍ଷରେ ଉପନିତ ହୋଇଥିଲେ ବି ଏହାର ସୁଫଳରୁ ସଂଖ୍ୟାଗରିଷ୍ଠ ଦଳିତ ବର୍ଗଙ୍କୁ ବଞ୍ଚôତ କରାଯାଇଥିବାର ସୂଚନା ଦେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ । ଦଳିତଙ୍କ ପାଇଁ ଥିବା ସାମ୍ବିଧାନିକ ଅଧିକାର ଓ ଆଇନଗତ ଅଧିକାର ହାସଲ ପାଇଁ ଦଳିତ ଅଧିକାର ଆନେ୍ଦାଳନକୁ ପଡ଼ା, ବସ୍ତି, ଗ୍ରାମ, ଗ୍ରାମପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ବ୍ୟାପକ କରିବାକୁ ଆହ୍ୱାନ ଦେଇଥିଲେ । ଘରୋଇ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସ୍ଥାନ ସଂରକ୍ଷଣକୁ ସୁନିଶ୍ଚିତ କରିବା ସହ ଜାତି ନାମରେ ନାମିତ ବସ୍ତି, ପଡ଼ା, ସାହି ଅଥବା ଗ୍ରାମର ନାମ ପରିବର୍ତ୍ତନ କରି ମହାପୁରୁଷମାନଙ୍କ ନାମରେ ନାମିତ କରିବା ଦାବିରେ ରାଜ୍ୟବ୍ୟାପୀ ଆନେ୍ଦାଳନ ସଙ୍ଗଠିତ କରିବା ପାଇଁ ଆଗତ ପ୍ରସ୍ତାବ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଅଛି । ଭିତ୍ତିପତ୍ରରେ ଉପସ୍ଥାପିତ ଆଦର୍ଶଗତ, ନୀତିଗତ ବିଷୟବସ୍ତୁ ଉପରେ ବସନ୍ତ କୁମାର ସେଠୀ, ଝିଲି ବିହାର, ପ୍ରଫୁଲ୍ଲ ନାଏକ, ଅମରେନ୍ଦ୍ର ଦାସ, ଜୟରାମ ପ୍ରଧାନ, ଗୁରୁନାଥ ପ୍ରଧାନ, ଗାଗାରିନ ନାଏକ ପ୍ରକାଶ ବେହେରା, ଚିତ୍ତରଞ୍ଜନ ସେଠୀ, ଜଗନ୍ନାଥ ମଲ୍ଲିକ, ଦୟାନିଧି ଜେନା, କୃତ୍ତିବାସ ଜେନା, ଦୟାମଣୀ ଗୁଲାରୀ, ଅଶୋକ ମଲ୍ଲିକ, ଲାଲମୋହନ ଜେନା, ବେଣୁ ପ୍ରଧାନ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଏହି କନଭେନସନରେ ରାଜ୍ୟ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି । ସଭାପତି ଦାମୋଦର ବେହେରା, ଉପସଭାପତି ରାହୁଳ ସେଠୀ, ବାବାଜୀ ଚରଣ ଜେନା, ସୀମାଞ୍ଚଳ ବେହେରା ଓ ଯୁଗଳ ଜାଲି, ରାଜ୍ୟ ସାଧାରଣ ସମ୍ପାଦକ ଭାବେ ରମେଶ ଜେନା, ସହସମ୍ପାଦକ ଦେବେନ୍ଦ୍ର ଜେନା, ସଞ୍ଜୟ ସୁନାନୀ, ରାଧେଶ୍ୟାମ ଗରଦିଆ, ସହସମ୍ପାଦକ ଓ କୋଷାଧ୍ୟକ୍ଷ ଯୁଗ୍ମ ଦାୟିତ୍ୱ ସହ ଦୁର୍ଯେ୍ୟାଧନ ପ୍ରଧାନ ନିର୍ବାଚିତ ହୋଇଅଛନ୍ତି । ପୂର୍ବତନ ବିଧାୟକ ଏନ. ନାରାୟଣ ରେଡି, ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟନ୍ତ ଦାସ, ଯୁବନେତା ରମଣୀରଞ୍ଜନ ରାଉତରାୟ, ବିକେଏମ୍ୟୁ ରାଜ୍ୟ ସମ୍ପାଦକ ସୁର ଜେନା, ଏଆଇଏସଏଫ ରାଜ୍ୟ ସଭାପତି ସଂଘମିତ୍ରା ଜେନା, ଯୁବନେତା ଅଜୟ ବେହେରା ପ୍ରମୁଖ ସମ୍ମିଳନୀକୁ ଶୁଭେଚ୍ଛା ଜଣାଇଥିଲେ ।

ଭୁବନେଶ୍ୱର , 05 ଏପ୍ରିଲ୍ (ହି.ସ.)

ଭୁବନେଶ୍ୱର , 05 ଏପ୍ରିଲ୍ (ହି.ସ.)

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande