
କେନ୍ଦୁଝର, ୦୫ ଏପ୍ରିଲ୍ (ହି.ସ.) - ଦୁର୍ଘଟଣା ପ୍ରବଣ କେନ୍ଦୁଝର ଜିଲ୍ଲାରେ ପ୍ରତଦିନ ଦୁର୍ଘଟଣା ଗ୍ରସ୍ତ, ଶିକଲିନ, ଥେଲାଆସେମିଆ, ପ୍ରସୂତି ବିଭାଗ ଆଦି ପାଇଁ ୫୦ ୟୁନିଟ ରୁ ଅଧିକ ରକ୍ତ ଦରକାର ପଡୁଥିବା ବେଳେ ରକ୍ତ ଭଣ୍ଡାର ରେ ପ୍ରତିଦିନ ରକ୍ତ ପାଇଁ ଭିଡ ଜମିଥାଏ। ଏହି ରକ୍ତ ର ଆବଶ୍ୟକତା କୁ ନଜରରେ ରଖି କେନ୍ଦୁଝର ଜିଲ୍ଲା ର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଇଣ୍ଡିଆନ ବାୟ ବାର୍ଥ ଦ୍ୱାରା ଟାଉନ ହଲ ଠାରେ ଏକ ମେଗା ରକ୍ତଦାନ ଶିବିର ର ଆୟୋଜନ କରା ଯାଇଥିଲା । ବିଭିନ୍ନ ଅଂଚଳରୁ ସ୍ୱେଛାସେବୀ ମାନେ ଆସି ସ୍ୱତପ୍ରବୃତ ଭାବରେ ରକ୍ତ ଦାନ କରିଥିବା ବେଳେ ୨୦୦ ୟୁନିଟ ରୁ ଅଧିକ ରକ୍ତ ସଂଗ୍ରହ ର ଲକ୍ଷ ରହିଥିବା କଥା କହିଛନ୍ତି ସଂଗଠନ ର ସହ ପ୍ରତିଷ୍ଠାତା ସତ୍ୟ ରଞ୍ଜନ ସାହୁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ପ୍ରେରଣା ରେ ସେ ଏହି ଶିବିର ର ଆୟୋଜନ କରିଥିବା କଥା କହିଛନ୍ତି ଶ୍ରୀ ସାହୁ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA