ସଡ଼କ ଦୁର୍ଘଟଣାରେ ୧ ମୃତ ୨ ଆହତ
ଚମ୍ପୁଆ, ୦୫ ଏପ୍ରିଲ୍(ହି.ସ.) – ଚମ୍ପୁଆ ଥାନା ଅନ୍ତର୍ଗତ ପତଳା - ଶଶାଙ୍ଗ ରାସ୍ତାରେ ହାଇୱା ଧକ୍କାରେ ଜଣେ ନାବାଳକ ଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ମୃତକ ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ଗ୍ରାମର ଦିଲୀପ ଗିରିଙ୍କ ପୁ
ସଡ଼କ ଦୁର୍ଘଟଣାରେ ୧ ମୃତ ୨ ଆହତ


ଚମ୍ପୁଆ, ୦୫ ଏପ୍ରିଲ୍(ହି.ସ.) – ଚମ୍ପୁଆ ଥାନା ଅନ୍ତର୍ଗତ ପତଳା - ଶଶାଙ୍ଗ ରାସ୍ତାରେ ହାଇୱା ଧକ୍କାରେ ଜଣେ ନାବାଳକ ଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ମୃତକ ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ଗ୍ରାମର ଦିଲୀପ ଗିରିଙ୍କ ପୁଅ ଶୁଭମ ଗିରି(୧୬)। ଆହତ ମାନେ ହେଲେ ସେହି ଗ୍ରାମର ଗୋପବନ୍ଧୁ ମହାକୁଡଙ୍କ ପୁଅ ହାନିସ ମହାକୁଡ(୧୪) ଓ ପ୍ରମୋଦ ମହାକୁଡଙ୍କ ପୁଅ ଦୀପକ ମହାକୁଡ(୧୪)। ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ଦଶଟା ସମୟରେ ତିନି ସାଙ୍ଗ ଏକ ସ୍କୁଟି ଯୋଗେ କେଶରିକୁଣ୍ଡ ଯାଉଥିବା ବେଳେ ପତଳା - ଶଶାଙ୍ଗ ରାସ୍ତାରେ ଏକ ହାଇୱା ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଶୁଭମଙ୍କ ମୃତ୍ୟୁ ଘଟିଥିବା ବେଳେ ହାନିସ ଓ ଦୀପକ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଆହତମାନଙ୍କ ମଧ୍ୟରେ ହାନିସ ମହାକୁଡଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ହାଇୱାଟି ସ୍କୁଟିକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଖବର ପାଇ ଚମ୍ପୁଆ ପୁଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଶୁଭମ୍ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେଇଥିବା ଜଣାପଡ଼ିଛି। ତେବେ ଉକ୍ତ ରାସ୍ତାରେ ଭାରୀଯାନ ଚଳାଚଳ ନିଷେଧ ଥିବାବେଳେ ଦୈନିକ ଏହି ରାସ୍ତା ଦେଇ ଅହରହ ଚୋରା ବାଲି ବୋଝେଇ ହାଇୱା ଚଳାଚଳ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande