ଚାଉଁରପୁର ନାମଯଜ୍ଞ ଉଦଯାପିତ
ଚାଉଁରପୁର ନାମଯଜ୍ଞ ଉଦଯାପିତ
ଚାଉଁରପୁର ନାମଯଜ୍ଞ ଉଦଯାପିତ


ସମ୍ବଲପୁର, ୦୫, ଏପ୍ରିଲ୍ (ହି.ସ.) - ସମ୍ବଲପୁର ମହାନଗର ଅନ୍ତର୍ଗତ ଚାଉଁରପୁର ଠାରେ ୨୪ ପ୍ରହରୀ ନାମଯଜ୍ଞ ରବିବାର ଉଦଯାପିତ ହୋଇଯାଇଛି। ମୁଖ୍ୟ ପଣ୍ଡିତ ଭାବରେ ନିଗମାନନ୍ଦ ଦାଶ, ରାଜିବ ଷଡ଼ଙ୍ଗୀ, ଅମିତ୍ ଦାଶ ନାମଯଜ୍ଞରେ ପୈ।ରହିତ୍ୟ କରିଥିଲେ। ନାମଯଜ୍ଞରେ ପ୍ରଶାନ୍ତ ପ୍ରଧାନ ଏବଂ ଜୟନ୍ତୀ ପ୍ରଧାନ କର୍ତା ଭାବରେ ଯୋଗ ଦେଇଥିଲେ। ଗତ ଗୁରୁବାର ଠାରୁ ଅଧିବାସ କରାଯାଇ ନାମଯଜ୍ଞର ଆରମ୍ଭ ହୋଇଥିଲା। ଆଜି ପୂର୍ଣ୍ଣାହୁତି ସହ ୨୪ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଯାଇଛି। ନାମଯଜ୍ଞ କମିଟିର ସଭାପତି ସୁରୁମଣୀ ମହାପାତ୍ର ସମ୍ପାଦକ ଆଦିତ୍ୟ ପ୍ରସାଦ ନାୟକ, କ୍ୟାସିଅର୍ ଶିବ ଶଙ୍କର ବଢାଇ ଜ୍ଝକମିଟି ସଦସ୍ୟ ସରୋଜ ମହାପାତ୍ର, ସୈମ୍ୟଜିତ ମାଝୀ , ଦେବେନ୍ଦ୍ର ମହାପାତ୍ର ସୁଧାଂସୁ ବଢାଇ , ଶ୍ରୀମନ୍ତ ବଢ଼ାଇ, ଲକ୍ଷ୍ମଣ ଦେହେରୀ, ଲକ୍ଷ୍ମଣ ବାରିକ୍, ପଲଟୁ ବାଗ, ସଞ୍ଜୟ ମାଝୀ, ସୈ।ଭାଗ୍ୟ ବଢ଼ାଇ, କେଦାର ପୋଡ୍, ସାନ୍ତାନୁ ଭୋଇ ପ୍ରମୁଖ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande