
କେନ୍ଦ୍ରାପଡା, ୫ ଅପ୍ରେଲ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ପୁନର୍ବାସ ପରିସରରେ ଡଃ. ବିରଜା ରାଉତରାୟଙ୍କ କବିତା ପୁସ୍ତକ ବହୁ ସୁନାମ ଧନ୍ୟ କବି, ଗାଳ୍ପିକ, ପ୍ରାବନ୍ଧିକ, ଗବେଷକଙ୍କ କରତାଳିରେ ପାଠକାର୍ପଣ ହୋଇଯାଇଛି। ବିଶିଷ୍ଟ କଥାକାର ଡଃ. ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁନାମ ଧନ୍ୟ ଗାଳ୍ପିକା ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି, ସମ୍ମାନୀତ ଅତିଥି ଭାବେ ସତୀର୍ଥର ସଭାପତି ମନ୍ମଥ ନାଥ ବରାଳ, ବିଜେବି କଲେଜର ଅଧ୍ୟାପକ ଡଃ. ବିନାୟକ ପ୍ରଧାନ ଯୋଗଦେଇ ଡଃ. ବିରଜା ରାଉତରାୟଙ୍କ ବହୁ ପ୍ରତିକ୍ଷୀତ କବିତା ପୁସ୍ତକ ଚୁନା ଫୁଲ ତାରା ଫୁଲ ଟିକୁ ପାଠକ।ର୍ପଣ କରିଥିଲେ। ଡଃ. ବିନାୟକ ପ୍ରଧାନ ଏହି ପୁସ୍ତକ ପ୍ରତିଟି ଦିଗ ବିଷୟରେ ଆଲୋଚନା କରି ପ୍ରତି କବିତା ଗୁଡିକ ପାଠକମାନଙ୍କର ମନକୁ ଛୁଇଁବା ସହିତ ନୂତନ ବ।ର୍ତା ଦେବ ବୋଲି କହିଥିଲେ। ଡଃ. ରାଉତରାୟ ପୁସ୍ତକର କିଛି ପଂକ୍ତିକୁ ପାଠକରି ପୁସ୍ତକର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଅତିଥି ମାନେ ଏହି ପୁସ୍ତକଟି ଅତ୍ୟନ୍ତ ଚିତ୍ତାକର୍ଷକ, ହୃଦୟସ୍ପର୍ଶୀ, ସୁନ୍ଦର୍ ଅନୁଭବର ବାର୍ତ୍ତା ବହନ କରିବ ବୋଲି ପ୍ରକାଶ କରିଥିଲେ। ଉପସ୍ଥିତ ସମସ୍ତ କବି ମାନେ ଏହି ପୁସ୍ତକର ଗୋଟି ଗୋଟି କବିତା ଆବୃତ୍ତି କରିଥିଲେ। ଏହା କିଛି ସମୟ ପାଇଁ ସମସ୍ତଙ୍କୁ କବିତାମୟ ଓ ଭାବ ଗମ୍ଭିର କରି ଦେଇଥିଲା।
ଏହି କାର୍ଯ୍ୟକ୍ରମରେ ଡଃ. ସର୍ବେଶ୍ଵର ସେଣ, ନିରଞ୍ଜନ ମେକାପ, ଅଧ୍ୟାପକ ବୃନ୍ଦାବନ ଦାସ, ତ୍ରିଲୋଚନ ପ୍ରଧାନ, ସୁକାନ୍ତ ପ୍ରଧାନ, ଡଃ. ଗିରିଜାକାନ୍ତ ଦାସ, ପବିତ୍ର ମୋହନ ସାହୁ, କବି ଶୁଭାଂଶୁ କୁମାର୍ ଦାସ, ନୃସିଂହ ତ୍ରିପାଠୀ, ବଂଶୀଧର ମହାନ୍ତି ଅତିଥି ପରିଚୟ ଓ ପ୍ରାଧ୍ୟାପକ ଡଃ. ଯତିନ୍ଦ୍ର ରାଉତ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି