
ଭୁବନେଶ୍ୱର, 15 ମାର୍ଚ୍ଚ (ହି.ସ.) : ରାଜ୍ୟରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ସତ୍ତ୍ୱେ ଏବେ ପର୍ଯ୍ୟନ୍ତ ଅନେକ ସ୍କୁଲରେ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ପାଇ ପାରିନାହାନ୍ତି।
ବହି ଅଭାବ ଯୋଗୁ ଶିକ୍ଷା ଆରମ୍ଭରେ ଗୁରୁତର ବିଘ୍ନ ସୃଷ୍ଟି ହୋଇଛି ଏବଂ ଶିକ୍ଷକମାନେ ପାଠ ପଢ଼ାଇବାରେ ଅସୁବିଧା ଭୋଗୁଛନ୍ତି। ଅଭିଭାବକମାନେ ମଧ୍ୟ ଏହାକୁ ନେଇ ଗଭୀର ଚିନ୍ତା ଜଣାଇଛନ୍ତି। ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ପ୍ରାୟ ୧୫,୦୦୦ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଶିକ୍ଷା ବ୍ୟବସ୍ଥାର ଦୃବଳତାକୁ ପ୍ରକାଶ କରୁଛି।
ଏହି ଘଟଣା ଶିକ୍ଷା ବିଭାଗର ପ୍ରସ୍ତୁତି ଓ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି।
ଅନ୍ୟପଟେ ସରକାର ଏଆଇ ଭଳି ଆଧୁନିକ ପ୍ରଯୁକ୍ତିକୁ ଲାଗୁ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ବାସ୍ତବରେ ମୂଳଭୂତ ସୁବିଧାର ଅଭାବ ଚିନ୍ତାଜନକ ଅବସ୍ଥା ସୃଷ୍ଟି କରିଛି। ବର୍ତ୍ତମାନ ୨୦୦୦୦ ରୁ ଅଧିକ ପଦବୀ ଖାଲି ରହିଥିବା ସହ ଅନେକ ସ୍କୁଲରେ ପର୍ଯ୍ୟାପ୍ତ ଶ୍ରେଣୀଗୃହ ନାହିଁ। କେତେକ ସ୍ଥାନରେ ଏକା ଶ୍ରେଣୀରେ ଅନେକ ଶ୍ରେଣୀର ପିଲାମାନେ ପଢ଼ୁଛନ୍ତି। ଏହି ପରିସ୍ଥିତିରେ “ବ୍ୟାଗ ମୁକ୍ତ ଦିବସ” ଭଳି ନୂତନ ନୀତି ଆଣାଯାଇଛି। ବର୍ଷକୁ ୧୦ ଦିନ ପିଲାମାନେ ବହି ବ୍ୟାଗ୍ ନେଇ ସ୍କୁଲକୁ ଯିବେ ନାହିଁ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ମାତୃଭାଷାରେ ଶିକ୍ଷା ପାଇବେ। ବହୁ ସଂଖ୍ୟକ ଶିକ୍ଷକଙ୍କୁ ଟ୍ରେନିଂ ଦେବାର ଯୋଜନା ମଧ୍ୟ ରହିଛି।
କିନ୍ତୁ ମୂଳ ସମସ୍ୟା ଅବିକଳ୍ପ ରହିଥିବା ବେଳେ ଏହି ନୂତନ ଘୋଷଣାର ସଫଳତା ଉପରେ ପ୍ରଶ୍ନ ଉଠୁଛି।
ସାଧାରଣ ଲୋକ ଓ ଅଭିଭାବକମାନେ ପ୍ରଥମେ ମୂଳଭୂତ ସୁବିଧା ସୁଧାରା ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ