
ବଲାଙ୍ଗୀର, ୦୫ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ବିଜେପି ନଗର ପାଟନେ ଶ୍ୱରୀ ମଣ୍ଡଳ ତରଫରୁ ଆଜି ୫.୪.୨୦୨୬ ରବିବାର ଦିନ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିର ରେ ବଲାଙ୍ଗୀର ମୁନସିପାଲଟିର ୧ ନମ୍ବର ୱାର୍ଡରୁ ୧୧ନମ୍ବର ୱାର୍ଡ ପର୍ଯ୍ୟନ୍ତ ପାଟଣେଶ୍ୱରୀ ମଣ୍ଡଳ ଗଠିତ. ଏହି ମଣ୍ଡଳ ର ସଭାପତି ଶ୍ରୀ ପାର୍ଥ କର୍ଣ୍ଣଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ମଂଚରେ ଉପସ୍ଥିତ ଥିଲେ ମୁଖ୍ୟ ଅତିଥି ଶ୍ରୀ ଗୋପାଳଜୀ ପାଣିଗ୍ରାହୀ. ବରିଷ୍ଟ ବିଜେପି ନେତ୍ରୀ ପଂକଜିନୀ ପଣ୍ଡା. ମହିଳା ମୋର୍ଚ୍ଚା ସଭାପତି ରଞ୍ଜିତା ପାଣିଗ୍ରାହୀ. ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦିନେଶ ଶର୍ମା. ବିଜେପି ନେତ୍ରୀ ଜ୍ୱତୀ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟସ୍ତର ରେ ବ୍ଲକ ସ୍ତରରେ ପଂଚାୟତ ସ୍ତରରେ ମଣ୍ଡଳ ସ୍ତରରେ ଏହି ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ କାର୍ଯ୍ୟକ୍ରମ ଚାଲୁରହିଛି।
ଏହି କାର୍ଯ୍ୟକ୍ରମ ର ଉଦେଶ୍ୟ ନୂତନ କାର୍ଯ୍ୟ କର୍ତା ଯୋଡିବା ଓ ସବୁ ବର୍ଗର ଲୋକଙ୍କ ପାଖକୁ ଯାଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ଆଭିମୁଖ୍ୟ ବୁଝାଇବା ପ୍ରମୁଖ ଏହି ପ୍ରଶିକ୍ଷଣ ଶିବିରର ଉଦେଶ୍ୟ। ଏହି କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚାର ବରିଷ୍ଠ କାର୍ଯ୍ୟକର୍ତା ମାନେ ଓ ବିଜେପି ର ବରିଷ୍ଟ କାର୍ଯ୍ୟକର୍ତା ଓ ପଦାଧିକାରି ମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ