କବରାପାଲି ରାମନବମୀ ମହୋତ୍ସବ ଉଦଯାପିତ
ସମ୍ବଲପୁର, ୦୫ ଏପ୍ରିଲ୍(ହି.ସ.) – ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଳକ ଅଧିନସ୍ଥ କବରାପାଲିରେ ୭୮ ତମ ରାମନବମୀ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି। ଚୈତ୍ରନବମୀ ଠାରୁ ଆରମ୍ଭ ହୋଇ ୧୧ ଦିନ ପର୍ଯ୍ୟନ୍ତ ଏହି ଆଧ୍ୟାତ୍ମିକ ମହୋତ୍ସବ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମର
କବରାପାଲି ରାମନବମୀ ମହୋତ୍ସବ ଉଦଯାପିତ


କବରାପାଲି ରାମନବମୀ ମହୋତ୍ସବ ଉଦଯାପିତ


କବରାପାଲି ରାମନବମୀ ମହୋତ୍ସବ ଉଦଯାପିତ


କବରାପାଲି ରାମନବମୀ ମହୋତ୍ସବ ଉଦଯାପିତ


ସମ୍ବଲପୁର, ୦୫ ଏପ୍ରିଲ୍(ହି.ସ.) – ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଳକ ଅଧିନସ୍ଥ କବରାପାଲିରେ ୭୮ ତମ ରାମନବମୀ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି। ଚୈତ୍ରନବମୀ ଠାରୁ ଆରମ୍ଭ ହୋଇ ୧୧ ଦିନ ପର୍ଯ୍ୟନ୍ତ ଏହି ଆଧ୍ୟାତ୍ମିକ ମହୋତ୍ସବ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀରାମ , ଭ୍ରାତା ଲକ୍ଷ୍ମଣ ଏବଂ ଦେବୀ ସୀତା ମନ୍ଦିର ବାହାର ମଣ୍ଡପରେ ରହି ଭକ୍ତ ମାନଙ୍କୁ ଦର୍ଶନ ଦେଇ ଆସୁଥିଲେ। ଏହି ୧୧ ଦିବସ ଯାକ ସ୍ଥାନୀୟ ମଣ୍ଡପରେ ଦିବସ ଯାକ ରାମାୟଣ ପାଠ ସହିତ ସନ୍ଧ୍ୟାରେ ରାମଲୀଳା ନାଟକ ପରିବେଷଣ କରାଯାଇ ଆସୁଥିଲା। ଉଦଯାପନୀ ସମାରୋହରେ ବୈରାଗୀ ପାଲିର ଅନାମିକା ଭୋଇ ଏବଂ ଘେନୁପାଲିର ସୋନାଲିକା ମହାକୁଡ଼ଙ୍କ ମହିଳା କିର୍ତନ ବୈଠକୀ ଶ୍ରଦ୍ଧାଳୁଙ୍କୁ ବେଶ୍ ମନ୍ତ୍ରବିମୁଗ୍ଧ କରାଇଥିଲା।

ଏହି ଅବସରରେ ଆୟୋଜିତ ହୋମଯଜ୍ଞରେ କର୍ତା ଭାବେ ରବୀନ୍ଦ୍ର ବଢ଼ାଇ ଏବଂ କର୍ତି ଭାବେ ତାଙ୍କ ଧର୍ମପତ୍ନୀ ସୁବାସିନୀ ବଢ଼ାଇ ତୁଲାଇଥିଲେ। ହୋମ କାର୍ଯ୍ୟରେ କେଶବ ବିଶ୍ୱାଲ ଦାୟିତ୍ୱ ତୁଲାଇଥିଲେ। ସେହିପରି ପଣ୍ଡିତ ଅଶ୍ୱିନୀ ବିଶ୍ୱାଳ ଦିନବେଳା ପୁରାଣ ପାଠର ନେତୃତ୍ୱ ନେଉଥିବା ବେଳେ ସନ୍ତୋଷ ମିଶ୍ର ପୂଜା କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ। ଏହି ୧୧ ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସଫଳ କରାଇବା ଦିଗରେ ସୁନିଲ ଶୁକ୍ଳା ଏବଂ ସୁନିଲ ବିଶ୍ୱାଲ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ୧୯୪୮ ମସିହାରୁ କବରାପାଲି ଠାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବା ପରଠାରୁ ପ୍ରତିବର୍ଷ ରାମଲୀଲା ନାଟକ ଆୟୋଜନ ହୋଇ ଆସୁଛି। ମଧ୍ୟ ରାତ୍ରରେ ଆୟୋଜିତ ହେଉଥିବା ରାମଲୀଲା ନାଟକର ପ୍ରଥମ ଦିନରେ ଶ୍ରୀରାମ ଜନ୍ମ ପ୍ରସଙ୍ଗ ମଂଚସ୍ଥ ହୋଇଥିଲା। ଲୀଲା ନାଟକର ପରମ୍ପରାକୁ ଆଜି ପର୍ଯ୍ୟନ୍ତ ପରମ୍ପରା ଅନୁସାରେ ଆୟୋଜନ କରାଯାଉଥିବା ବେଳେ ଏବେବି ଏହାର ଆକର୍ଷଣ ପୂର୍ବାବତ୍ ରହିଆସିଛି। ଗାଁ'ର ଯୁବକ ମାନେ ରାମଲୀଲା ନାଟକରେ ଅଭିନୟ ସହ ଆୟୋଜନ ଦାୟିତ୍ୱ ତୁଲାଇଥିଲେ। ସେହିପରି ନାଟକରେ ଲୀଳା ଗୀତ ଗାୟନରେ ମନୋଜ ପଧାନ, ଦିଲିପ ବଢାଇ, ଜଗନ୍ନାଥ ପ୍ରଧାନ ଦାୟିତ୍ୱ ତୁଳାଇଥିଲେ। ସାଜ ସଜ୍ଜାରେ କାହ୍ନୁଚରଣ ଜେନା, ଲବ ପ୍ରଧାନ ଏବଂ ପ୍ରସନ୍ନ ସାହୁ ସହଯୋଗ କରିଥିଲେ। ରାମନବମୀ କମିଟିର ସଭାପତି ମହିମା ପ୍ରସାଦ ବଢାଇ, ଅଶ୍ୱ୍ୱିନୀ ବଢାଇ, ସଂଜୟ ପଧାନ, ମନୋଜ ବଢାଇ, ସୁଦିପ୍ତ ସାହୁ, ଶରତ ସାହୁ, ଅମରେଶ ସାହୁ, ଗୋବିନ୍ଦ ସାହୁ, ବିପିନ ବଢାଇ, ସନ୍ଦିପ ସାହୁ, ମହେନ୍ଦ୍ର ବାଗ, ଖୀରୋଦ ସାହୁ ପ୍ରମୁଖଙ୍କ ସହ ବହୁ କର୍ମକର୍ତା ରାମନବମୀ ଆୟୋଜନରେ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande