ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ
ଭୁବନ, ୦୫ ଏପ୍ରିଲ୍ (ହି.ସ.) - ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନୂତନ ଭାବେ ନାମ ଲେ
ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ


ଭୁବନ, ୦୫ ଏପ୍ରିଲ୍ (ହି.ସ.) - ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନୂତନ ଭାବେ ନାମ ଲେଖାଇବାକୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ,ଚନ୍ଦନ ଲଗାଇବା ସହ ମିଷ୍ଟାନ୍ନ ଖୁଆଇ ଖଡ଼ିଛୁଆଁ କରାଯାଇଥିଲା। ଏହି ଅବସରରେ ଏଫ୍,ଏଲ୍,ଏନ୍ ପ୍ରକୋଷ୍ଠରେ କରାଯାଇଥିବା ଖେଳ ଘର, ରଙ୍ଗର ଦୁନିଆ,ଗପ ରାଇଜ ଷ୍ଟଲକୁ ପ୍ରଦର୍ଶନ କରାଯାଇଥିଲା। ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟକୁ ବିଭିନ୍ନ ହସ୍ତକଳା ପ୍ରଦାନ କରିଥିବା ଛାତ୍ର ଅଭିଭାବିକା ମାଳତୀ ଦେହୁରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ଟାଟାଷ୍ଟିଲ ଫାଉଣ୍ଡେସନର ସି.ଏଫ୍ ଶିବପ୍ରସାଦ ବେହେରା, ସମ୍ମାନୀତ ଅତିଥି ଭାବେ ପି.ସି.ଏମ୍ ଉପେନ୍ଦ୍ର ଦାସ, ପରିଚାଳନା କମିଟି ସଭାପତି ସାଲମୋହନ କାଣ୍ଡୁଲନା, ଉପସଭାପତି ପଙ୍କଜିନୀ ମହାନ୍ତ, ସଭ୍ୟା ଭାରତୀ ଦେହୁରୀ, ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା ଯୋଗ ଦେଇଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଆସିଥିବା ଶିକ୍ଷା ସଚେତନତା ରଥକୁ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଚନ୍ଦନୀ ଦେହୁରୀ, ସବିତା ମହାନ୍ତ,ଚନ୍ଦ୍ରାବତୀ ପାତ୍ର,ମାହି ମାରାଣ୍ଡି ବବିତା ସିଂ,ଜହ୍ନ ଦେହୁରୀ, ଶକୁନ୍ତଳା ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande