
କେନ୍ଦ୍ରାପଡା, ୫ ଅପ୍ରେଲ (ହି.ସ.)- କେନ୍ଦ୍ରାପଡା ଜିଲା ମୋହରିର ସଂଘ ପକ୍ଷରୁ ଜିଲା ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଂଘ କାର୍ଯ୍ୟ।ଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଓକିଲ ସଂଘ ସଭାପତି ରବି ନାରାୟଣ ମହାନ୍ତି, ସମ୍ପାଦକ ନିହାର ରଂଜନ ମହାପାତ୍ର, ଉପସଭାପତି ନୃସିଂହ ଚରଣ ରାଉତ, କୋଷାଧକ୍ଷ ରାଜୀବ କୁମାର ପାତ୍ର, ଯୁଗ୍ମସଂପାଦକ ହରିପ୍ରସାଦ କର, ମନୋରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ମୋହରିର ସଂଘର ପୂର୍ବତନ ସଭାପତି ବନମାଳୀ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ କୈଳାସ ଚନ୍ଦ୍ର ଜେନା, ବିଦ୍ୟାଧର ଦାସ ପ୍ରମୁଖ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି