ବଲାଙ୍ଗୀରରେ ନିତି, ଅନୀତି ଓ ରାଜନୀତିକୁ ନେଇ ଆଲୋଚନା ଚକ୍ର
ବଲାଙ୍ଗୀର, ୦୫ ଏପ୍ରିଲ୍(ହି.ସ.) – ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷ ରେ ଓଡ଼ଶା ସାମ୍ବାଦିକ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ନିତି, ଅନୀତି ଓ ରାଜନୀତି ଶୀର୍ଷକ ଆଲୋଚନା ଚକ୍ର ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରବିବାର ଅନୁଷ୍ଠିତ ହୋଇଥିଲା। ଆଲୋଚନା ଚକ୍ର
ବଲାଙ୍ଗୀର ରେ ନିତି, ଅନୀତି ଓ ରାଜନୀତି କୁ ନେଇ ଆଲୋଚନା ଚକ୍ର


ବଲାଙ୍ଗୀର ରେ ନିତି, ଅନୀତି ଓ ରାଜନୀତି କୁ ନେଇ ଆଲୋଚନା ଚକ୍ର


ବଲାଙ୍ଗୀର ରେ ନିତି, ଅନୀତି ଓ ରାଜନୀତି କୁ ନେଇ ଆଲୋଚନା ଚକ୍ର


ବଲାଙ୍ଗୀର, ୦୫ ଏପ୍ରିଲ୍(ହି.ସ.) – ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷ ରେ ଓଡ଼ଶା ସାମ୍ବାଦିକ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ନିତି, ଅନୀତି ଓ ରାଜନୀତି ଶୀର୍ଷକ ଆଲୋଚନା ଚକ୍ର ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରବିବାର ଅନୁଷ୍ଠିତ ହୋଇଥିଲା। ଆଲୋଚନା ଚକ୍ର ରେ ଅତିଥି ରୁପେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ମୁଖ୍ୟ ବକ୍ତା ରୁପେ ପୁର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ: ଅରୁଣ କୁମାର ସାହୁ, ବକ୍ତା ରୁପେ ଯୁବନେତା, ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ , ପୁର୍ବତନ କଣ୍ଟାବାଞ୍ଜି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇଥିଲେ। ଏହି ଅବସରରେ ଅତିଥି ତଥା ବକ୍ତା ମାନେ ନିତି, ଅନୀତି ଓ ରାଜନୀତି ନେଇ ନିଜର ବକ୍ତବ୍ୟ ରଖିଥିବା ବେଳେ ନିୟମ, ସଞ୍ଜମ,ଶୃଙ୍ଖଳା, ସଦ ବିଚାର, ସୁସ୍ଥ ବିଚାର , ସୁଶାସନ, ଶାନ୍ତି ଓ ପ୍ରଗତି ହିଁ ନିତି ହୋଇଥିବା ବେଳେ ଅଧର୍ମ, ଅନ୍ୟାୟ, ଶୋଷଣ ଦୁର୍ନୀତି ହେଉଛି ଅନୀତି ବୋଲି ବକ୍ତାମାନେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସେହି ପରି ନିତି ଦ୍ୱାରା ରାଜନୀତି ପରିଚାଳିତ ହେଲେ ସମାଜ ଓ ରାଷ୍ଟ୍ରର ମଙ୍ଗଳ ସମ୍ଭବ ହୋଇ କହିଥିଲେ। ପ୍ରାକ୍ ସ୍ୱାଧୀନତା ଠାରୁ ସାମ୍ପ୍ରତିକ ସମୟ ମଧ୍ୟରେ ନୀତି ଅନୀତି ଓ ରାଜନୀତି କୁ ଅନେକ ଯୁକ୍ତି ଉପସ୍ଥାପନା କରିଥିଲେ ବକ୍ତାମାନେ। ଏକ ସୁସ୍ଥ ସମାଜ ଗଠନ ପାଇଁ ସମସ୍ତେ ସଚେତନ ହେଲେ ପରିବାର ବାଦ ରାଜନିତିର ବିଲୟ ସମ୍ଭବ, ବିକାଶ ପ୍ରକ୍ରିୟାର ଶେଷ ଧାଡ଼ିରେ ଥିବା ବ୍ୟକ୍ତି ପ୍ରଶ୍ନ ଉତ୍ଥାପନ କଲେ, ରାଜ ନୀତି ଦୁର୍ନୀତି ମୁକ୍ତ ହେଲେ ନିତି ସମ୍ଭବ ବୋଳି ବକ୍ତାମାନେ କହିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ, ନବୀନ ପଶାୟତ, ଦୀପକ ସମାଜଦାର, ପ୍ରଭାନ ଜିତ୍ ସିଂହ ସାଲୁଜା, ସଦାଶିବ ସରାଫ ପ୍ରମୁଖଙ୍କୁ ସ୍ୱର୍ଗତ ଶଙ୍କର ପ୍ରସାଦ ମିଶ୍ର, ସ୍ୱର୍ଗତ ଉତମା ନାଏକ, ସ୍ୱର୍ଗତ ବାଳ କୃଷ୍ଣ ହୋତା, ସ୍ୱର୍ଗତ କୈଳାସ ସାହୁ, ସ୍ୱର୍ଗତ ରାମ କୁମାର ଅଗ୍ରୱାଲ ସ୍ମୁତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ହରି ନାରାୟଣ ପୁଝାରୀ, ନରେଶ ସାହୁ, ଶରତ ଚନ୍ଦ୍ର ମିଶ୍ର, ଘଟେଶ୍ୱର୍ ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସୁଧିର ପଣ୍ଡା,ସୁବାଷ ପଣ୍ଡା, କାର୍ଯ୍ୟକାରୀ ସଭାପତି ଅନୀଲ କୁମାର ତ୍ରିପାଠୀ, ସଞ୍ଜୟ ବେହେରା, ସଞ୍ଜୟ ନାୟକ, ଅଞ୍ଜନ ପଧାନ, ଦିଲୀପ ମେହେର, ଗୁପ୍ତେଶ୍ୱର ପୃଷ୍ଟି, ଭଗବାନ ମହାନ୍ତି, ବଂଟି ଅଗ୍ରୱାଲ, ରଶ୍ମି ରଞ୍ଜନ ପୁଟେଲ,ନରେନ୍ଦ୍ର ଭୋଇ, ଉମାକାନ୍ତ ପ୍ରଧାନ, ସତ୍ୟପ୍ରିୟ ମିଶ୍ର, ଦିଲୀପ ଭୋଇ, ସଚି ବଗର୍ତି ସମେତ ସହରର ବୁଦ୍ଧିଜିବୀ ଯୋଗଦେଇଥିଲେ। ଶେଷରେ ସଭାପତି ପ୍ରଦୀପ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande