
ବଲାଙ୍ଗୀର, ୦୫ ଏପ୍ରିଲ୍(ହି.ସ.) – ସ୍ଥାନୀୟ ବାବା ମଠ ସାଗରପଡା ମନ୍ଦିର ବଲାଙ୍ଗିର ପରିସରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ମୁଖ୍ୟଅତିଥି ପୌରାଧ୍ୟକ୍ଷା ଲିକା ସାହୁ ଅଧିବେଶନକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସତ୍ୟବନ୍ତ ବେଦବାକ ଓ ନିଳମଣି ମିଶ୍ର ଯୋଗ ଦେଇଥିଲେ। ସଂପାଦକ କୃଷ୍ଣଚନ୍ଦ୍ର ନାଥ ବାର୍ଷିକ ବିବରଣୀ ପାଠ କରିବା ସହ ଆୟ ବ୍ୟୟର ହିସାବ ଉପସ୍ଥାପନା କରିଥିଲେ। ସଂଘର ବରିଷ୍ଠ ସଭ୍ୟ ଗୋପବନ୍ଧୁ ପୁରୋହିତ, ଜଗନ୍ନାଥ ଷଡଙ୍ଗୀ, ହରେକୃଷ୍ଣ ମେହେର, ପ୍ରଶନ୍ନ କୁମାର ମିଶ୍ର, ସୁରେନ୍ଦ୍ର ନେଗି, ଲୋକନାଥ ନେପାକ, ମନୋରଂଜନ ମିଶ୍ର, ନିମାଇ ମେହେର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରଦୀପ ସାହୁ ଓ ସହ ସଂପାଦକ ଚୈତନ୍ୟ ପଟେଲ ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ମଂଚ ପରିଚାଳନା କରିବା ସଙ୍ଗେ ସଙ୍ଗେ ଶ୍ୟାମ ସୁନ୍ଦର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ