ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ
ମାଲକାନଗିରି , ୫ ଏପ୍ରିଲ୍ (ହି.ସ.)ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଜିଲ୍ଳାର ଏକାଧିକ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା, ମାଥିଲି ବ୍ଲକ ପାତ୍ରପୁଟ, କୋରୁକୋଣ୍ଡା ବ୍ଲକ ଚିତାପାରି ଓ ସଦାଶିବପୁର ସମେତ ଚିତ୍ରକୋଣ୍ଡ
ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ


ମାଲକାନଗିରି , ୫ ଏପ୍ରିଲ୍ (ହି.ସ.)ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଜିଲ୍ଳାର ଏକାଧିକ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା, ମାଥିଲି ବ୍ଲକ ପାତ୍ରପୁଟ, କୋରୁକୋଣ୍ଡା ବ୍ଲକ ଚିତାପାରି ଓ ସଦାଶିବପୁର ସମେତ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଶନିବାର ରାତି ୧୧ଟା ୩୦ ମିନିଟ ସମୟରେ ହଠାତ ଭୂମିକମ୍ପ ହୋଇଥିଲା।ବିରାଟ ଶବ୍ଦ ଶୁଣିବାକୁ ମିଳିଥିଲା। ପ୍ରାୟ ୩ ସେକେଣ୍ଡରୁ ୬ ସେକେଣ୍ଡ ମଧ୍ୟରେ ହୋଇଥିବା ଏହି ଭୁମୁକମ୍ପରେ ଘରର କାନ୍ଥ, ଟେବୁଲ, ଚେୟାର ଦୋହଲି ଯାଇଥିଲା । ସହରବାସୀ ଏବଂ ଆଖପାଖ ଗ୍ରାମବାସୀ ଘରୁ ପଦାକୁ ବାହାରି ପଡ଼ିଥିଲେ।

ଲୋକେ ଘରକୁ ଭିତକୁ ଯିବା ପାଇଁ ଭୟ କରିଥିଲେ । କିଛି ସମୟ ରାସ୍ତା ଉପରେ ଲୋକେ ରୁଣ୍ଡ ହୋଇଥିଲେ । ଭୂମିକମ୍ପର ତୀବ୍ରତା ଜଣାପଡିନାହିଁ । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ନାହିଁ । ଏହାକୁ ନେଇ ଲୋକେ କିଛି ସମୟ ପାଇଁ ଭୟଭୀତ ହୋଇଥିଲେ । ଗତ ବର୍ଷ ଏପରି ଭୂମିକମ୍ପ ଜିଲାରେ ଅନୁଭୂତ ହୋଇଥିଲା ବୋଲି କିଛି ବରିଷ୍ଠ ଲୋକ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande