କେନ୍ଦୁଝର ନଗର ମଣ୍ଡଳ ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ
କେନ୍ଦୁଝର, ୦୫ ଏପ୍ରିଲ୍(ହି.ସ.) – କେନ୍ଦୁଝର ସହରର ଗୁଜୁରାଟୀ ସମାଜ ଠାରେ କେନ୍ଦୁଝର ନଗର ମଣ୍ଡଳ ତରଫରୁ ୨ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ ରବିବାର ଆରମ୍ଭ ହୋଇଛି। ନଗର ମଣ୍ଡଳ ପ୍ରଶିକ୍ଷଣ ମହାଅଭିଯାନ ର ପ୍ରମୁଖ ତଥା ବରିଷ୍ଠ କାର୍ଯ୍ୟକର୍ତା ଶ୍ୟାମସୁନ୍ଦର ନାଏକଙ୍କ
Nagar mandal


କେନ୍ଦୁଝର, ୦୫ ଏପ୍ରିଲ୍(ହି.ସ.) – କେନ୍ଦୁଝର ସହରର ଗୁଜୁରାଟୀ ସମାଜ ଠାରେ କେନ୍ଦୁଝର ନଗର ମଣ୍ଡଳ ତରଫରୁ ୨ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ ରବିବାର ଆରମ୍ଭ ହୋଇଛି। ନଗର ମଣ୍ଡଳ ପ୍ରଶିକ୍ଷଣ ମହାଅଭିଯାନ ର ପ୍ରମୁଖ ତଥା ବରିଷ୍ଠ କାର୍ଯ୍ୟକର୍ତା ଶ୍ୟାମସୁନ୍ଦର ନାଏକଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶୁକଦେ ମହାନ୍ତ ଏବଂ ଜିଲ୍ଲା ସମ୍ପାଦକ ବିଶ୍ୱଜିତ ତ୍ରିପାଠୀ, କେନ୍ଦୁଝରଗଡ଼ ପୌରପାଳିକା ର ଅଧକ୍ଷା ନିକୁ ସାହୁ, ନଗର ମଣ୍ଡଳ ପ୍ରଭାରୀ ଦିଲ୍ଲୀପ କୁମାର ପଣ୍ଡା, ବରିଷ୍ଠ ନେତ୍ରୀ କିରଣବାଳା ନାୟକ, ନଗର ମଣ୍ଡଳ ସଭାପତି ଅସିତ ନନ୍ଦନ ମହାନ୍ତି ମଂଚାସିନ ହୋଇଛି ପ୍ରଶିକ୍ଷାର୍ଥୀ ମାନଙ୍କୁ ଉଦବୋଧନ ଦେବା ସହିତ ପ୍ରଶିକ୍ଷଣ ଦେଇଥିଲେ।

ଏହି ଡୁଇ ଦିନିଆ ମଣ୍ଡଳ ପ୍ରଶିକ୍ଷଣ ମହାଅଭିଯାନ କାର୍ଯ୍ୟକର୍ତାମାନଙ୍କୁ ବୈଚାରିକ ଅଧିଷ୍ଠାନ, ଭାରତୀୟ ଜନତା ପାର୍ଟିର ଇତିହାସ ଏବଂ ବିକାଶ, କାର୍ଯ୍ୟ ବିସ୍ତାର ପାଇଁ ଦୃଷ୍ଟିକୋଣ, ଦଳର କାର୍ଯ୍ୟ ପଦ୍ଧତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଫଳତା ଏବଂ କାର?୍ୟ୍ୟାନ୍ୱୟନ, ସାମାଜିକ ଗଣମାଧ୍ୟମ ଏବଂ ଏଆଇ, ନମୋ ଆପ୍, ସରଳ ଆପ୍, ବୁଥ ପରିଚାଳନା, ମନ୍ କି ବାତ୍ ବୈଠକ, ବୁଥ୍ ସ୍ତରୀୟ କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।ଆସନ୍ତା ୨୦୪୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ରାଷ୍ଟ୍ର ଭାବରେ ଭାରତକୁ ବିଶ୍ୱରେ ଏକ ନମ୍ବର ସ୍ଥାନରେ ପହଂଚାଇବା ପାଇଁ ଯେଉଁ ସ୍ୱପ୍ନ ଦେଖୁଛନ୍ତି ଏବଂ ୨୦୩୬ ରେ ଓଡ଼ିଶା ରାଜ୍ୟର ପ୍ରତିଷ୍ଠାକୁ ୧୦୦ ବର୍ଷ ପୁର୍ତି ଅବସରରେ ଓଡ଼ିଶା ରାଜ୍ୟକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ସଂକଳ୍ପ ନେଇଛନ୍ତି ତାହା କିଭଳି ସଫଳ ହେବ ସେଥିପାଇଁ ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷତ ହୋଇ ଦେଶ ଏବଂ ରାଜ୍ୟର ବିକାଶରେ ସାମିଲ ହେବା ସହ ସେମାନଙ୍କର ଅବଦାନ ରହିବ ବୋଲି ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ କହିଥିଲେ। ସୋମବାର ସକାଳେ କାର୍ଯ୍ୟକର୍ତା ମାନଙ୍କୁ ଯୋଗ ଶିକ୍ଷା ଦିଆଯିବ। ଏହି ମଣ୍ଡଳ ପ୍ରଶିକ୍ଷଣ ବର୍ଗରେ ମଣ୍ଡଳ ଟିମ, ଶକ୍ତି କେନ୍ଦ୍ର ପ୍ରମୁଖ,ମଣ୍ଡଳ ମୋର୍ଚ୍ଚା ଟିମ, ବୁଥ୍ ପ୍ରମୁଖ,ସକ୍ରିୟ ସଦସ୍ୟ ତଥା ଅନ୍ୟମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande