ପ୍ରାକ୍ତନ ଶିକ୍ଷା ପରିଦର୍ଶକ ନଟବର ଦାଶଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା, ୦୫ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଙ୍ଗଠନ ତରଫରୁ ପ୍ରାକ୍ତନ ଶିକ୍ଷା ପରିଦର୍ଶକ ବିଶିଷ୍ଟ ଶିକ୍ଷାବିତ୍ ଲୋକପ୍ରିୟ ଆଦର୍ଶ ପ୍ରଧାନ ଶିକ୍ଷକ ଓ ସମାଜସେବୀ ସ୍ୱର୍ଗତ ନଟବର ଦାସଙ୍କୁ ତାଙ୍କ ବାସଭବନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ସଙ
ପ୍ରାକ୍ତନ ଶିକ୍ଷା ପରିଦର୍ଶକ ନଟବର ଦାଶଙ୍କୁ ଶ୍ରଦ୍ଧାଞ୍ଜଳି


କେନ୍ଦ୍ରାପଡ଼ା, ୦୫ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଙ୍ଗଠନ ତରଫରୁ ପ୍ରାକ୍ତନ ଶିକ୍ଷା ପରିଦର୍ଶକ ବିଶିଷ୍ଟ ଶିକ୍ଷାବିତ୍ ଲୋକପ୍ରିୟ ଆଦର୍ଶ ପ୍ରଧାନ ଶିକ୍ଷକ ଓ ସମାଜସେବୀ ସ୍ୱର୍ଗତ ନଟବର ଦାସଙ୍କୁ ତାଙ୍କ ବାସଭବନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ସଙ୍ଗଠନର ସଭାପତି ବିଶିଷ୍ଟ ଶିକ୍ଷାବିତ ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ଶାନ୍ତି ଓ ସଦ୍ଗତି କାମନା କରାଯାଇଥିଲା। ପ୍ରାରମ୍ଭରେ ସାଧାରଣ ସମ୍ପାଦକ ନରୋତମ ଜେନା ଶ୍ରଦ୍ଧାଞ୍ଜଳି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସ୍ୱର୍ଗତ ଦାସଙ୍କ ଦୀର୍ଘ ଶିକ୍ଷକ ଓ ପ୍ରଶାସନିକ ଜୀବନର ଅଭିଜ୍ଞତା ଅନୁଭୂତି ଓ ଆଦର୍ଶମୟ କାହୁଣୀ ବର୍ଣ୍ଣନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଙ୍ଗଠନର ବରିଷ୍ଠ ଉପଦେଷ୍ଟା ମନ୍ମଥ କୁମାର ରାୟ ଓ ପ୍ରଫୁଲ୍ଲ କୁମାର ଜେନା ପଠାଇଥିବା ଶ୍ରଦ୍ଧାଞ୍ଜଳି ବାର୍ତା ପାଠ କରାଯାଇଥିଲା। ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ନରହରି ପାତ୍ର, କମ୍ପାନୀ ସାଥି ସୋମନାଥ ପଢିହାରୀ, ଦୁର୍ଗାଚରଣ ସାହୁ, ଭାଗବତ ସାହୁ, କୈଳାସ ପଟ୍ଟନାୟକ, ଶାମ୍ବ ଚୈାଧୁରୀ, ବରିଷ୍ଠ ସଭ୍ୟ ଅକ୍ଷୟ କୁମାର ସ୍ୱାଇଁ, ନିତ୍ୟାନନ୍ଦ ପରିଡ଼ା, ମାଗୁଣୀ ଚରଣ ବିଶ୍ୱାଳ ସ୍ୱର୍ଗତ ଦାସଙ୍କ ଶାନ୍ତ ସରଳ ଅମାୟିକ ଜୀବନ ଓ ଲୋକପ୍ରିୟତାର ବହୁ ଉଦାହରଣ ଦେଇ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁଧୀର କୁମାର ମହାନ୍ତି, ବିଜୟ କୁମାର ମହାନ୍ତି, ଅଧିର ନାୟକ, ଗୌରାଙ୍ଗ ଚରଣ ନାୟକ, ଧରଣୀଧର ବେହେରା, ବିଜୟ କୁମାର ପାତ୍ର, ସନାତନ ତରାଇ, ଗୋପୀନାଥ ଦାଶ, ନିରଞ୍ଜନ ସାମଲ, ପ୍ରଭୃତି ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରିବାର ତରଫରୁ ସଭାରେ ଉପସ୍ଥିତ ଥିବା ସ୍ୱର୍ଗତ ଦାଶଙ୍କ ସମସ୍ତ ଘନିଷ୍ଠ ସହକର୍ମୀ ବନ୍ଧୁ, ସାଥି, ଶିକ୍ଷାବିତ୍, ବରିଷ୍ଠ ନାଗରିକ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସ୍ୱର୍ଗତ ଦାସଙ୍କ ପୁଅ, ଝିଅ ଓ ଜ୍ୱାଇଁ, ନାତି, ନାତୁଣୀମାନେ ଭାବ ବିହ୍ୱଳ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶିକ୍ଷକ ନେତା ସମାଜସେବୀ ବିଜୟ କୁମାର ପାତ୍ର ସଭା ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande