ଓଡିଆ ପକ୍ଷ ଅବସରରେ ଐତିହ୍ୟ ଗଣଦୈାଡ
କେନ୍ଦ୍ରାପଡା, ୫ ଅପ୍ରେଲ (ହି.ସ.)- ଅପ୍ରେଲ ୧ ଓଡିଶା ଦିବସ ଠାରୁ ଅପ୍ରେଲ୧୪ ପର୍ୟ୍ୟନ୍ତ ପାଳିତ ହେଉଥିବା “ଓଡିଆ ପକ୍ଷ” ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଏକ ଐତିହ୍ୟ ଗଣ ଦୌଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ, ପିଇଟି
---------------ଓଡିଆ ପକ୍ଷ ଅବସର ରେ ଐତିହ୍ୟ ଗଣ ଦୈାଡ ଅନୁଷ୍ଠିତ


କେନ୍ଦ୍ରାପଡା, ୫ ଅପ୍ରେଲ (ହି.ସ.)- ଅପ୍ରେଲ ୧ ଓଡିଶା ଦିବସ ଠାରୁ ଅପ୍ରେଲ୧୪ ପର୍ୟ୍ୟନ୍ତ ପାଳିତ ହେଉଥିବା “ଓଡିଆ ପକ୍ଷ” ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଏକ ଐତିହ୍ୟ ଗଣ ଦୌଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ, ପିଇଟି, ବରିଷ୍ଠ ନାଗରିକ, ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ଲୋକମାନେ ଯୋଗଦେଇ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଜିଲ୍ଲାପାଳ ରଘୁରାମ ଆର. ଆୟର ଓ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳ ତାଙ୍କ ଉଦବୋଧନରେ ଏହି ଗଣଦୌଡର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ବିସ୍ତାରିତ ଆଲୋକପାତ କରିଥିଲେ ଏବଂ ଓଡିଆ ସଂସ୍କୃତି ଓ ଐତିହ୍ୟ ପ୍ରତି ଗର୍ବବୋଧ ବୃଦ୍ଧି ପାଇଁ ଏପରି କାର୍ଯ୍ୟକ୍ରମ ଅତ୍ୟନ୍ତ ଉପକାରୀ ବୋଲି କହିଥିଲେ।

ଏହି ଐତିହ୍ୟ ଗଣଦୌଡ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରୁ ଆରମ୍ଭ ହୋଇ ବଳଦେବ ଜୀଉ ମନ୍ଦିର, ବଡଦାଣ୍ଡ, ମାଉସୀମା ମନ୍ଦିର ମାର୍ଗ ହୋଇ ପୁଣି ଷ୍ଟାଡିୟମରେ ସମାପ୍ତ ହୋଇଥିଲା। କାର୍ଯ୍ୟକ୍ରମଟିକୁ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ସୂଚାରୁ ରୂପେ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande