ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ମିନି 'ଐତିହ୍ୟ ଗଣଦୌଡ଼'
ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ମିନି 'ଐତିହ୍ଯ ଗଣଦୌଡ଼'
ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ମିନି 'ଐତିହ୍ଯ ଗଣଦୌଡ଼'

ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ମିନି 'ଐତିହ୍ଯ ଗଣଦୌଡ଼'

ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ମିନି 'ଐତିହ୍ଯ ଗଣଦୌଡ଼'

ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ମିନି 'ଐତିହ୍ଯ ଗଣଦୌଡ଼'

ସମ୍ବଲପୁର,୦୫, ଏପ୍ରିଲ୍ (ହି.ସ.) - ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅପ୍ରେଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା 'ଓଡ଼ିଆ ପକ୍ଷ' ପାଳନ ଅବସରରେ ଆଜି ସମ୍ବଲପୁର ମହାନଗର ନିଗମ ଅଂଚଳରେ ଏକ ଭବ୍ୟ ମିନି 'ଐତିହ୍ୟ ଗଣଦୌଡ଼' ଅନୁଷ୍ଠିତ ହୋଇଯାଇଛି। ଏହି ଗଣଦୌଡ଼କୁ ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ଆଜିର ଏହି ମିନି 'ଐତିହ୍ୟ ଗଣଦୌଡ଼' ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରୁ ଆରମ୍ଭ ହୋଇ ଗୋଲବଜାର ଛକ, ପୁଣି ଗୋଲବଜାର ରୁ ଜିଲ୍ଲା ସ୍କୁଲ ପର୍ଯ୍ୟନ୍ତ ଫେରିଥିଲେ। ଏଥିରେ ବିଭିନ୍ନ ସ୍କୁଲରୁ ଛାତ୍ର ଛାତ୍ରୀ ଉତ୍ସାହର ସହିତ ଭାଗ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ରେହାନ ଖେତ୍ରୀ, ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande