

ବଲାଙ୍ଗିର, ୫ ଅପ୍ରେଲ (ହି.ସ.)- ସ୍ଥାନୀୟ କଦମପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂସ୍କୃତ ଭାରତୀ, ଓଡ଼ିଶା ପଶ୍ଚିମ ପ୍ରାନ୍ତ ପକ୍ଷରୁ ରାଜ୍ୟ ସ୍ତରୀୟ ଦ୍ବି ଦିନାତ୍ମକ ସମୀକ୍ଷା ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତ ଭାଷାର ପ୍ରଚାର ପ୍ରସାର କରି ଏହି ଭାଷାର ପୁନରୁଜ୍ଜୀବନ ପାଇଁ, ଭାରତୀୟ ସନାତନ ସଂସ୍କୃତିର ପୁନରୁତ୍ଥାନ ପାଇଁ, ଭାରତର ପୁନଃନିର୍ମାଣ ପାଇଁ ଏହି କାର୍ଯ୍ୟକ୍ରମର ଉଦଘାଟନ ସଭାରେ ମୁଖ୍ୟଅତିଥି ସମାଜସେବୀ ଶ୍ରୀ ରଙ୍କ ପଣ୍ଡା, ସାରସ୍ବତ ଅତିଥି ଭାବରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର, ସଂସ୍କୃତ ଭାରତୀର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଶ୍ରୀଶଦେବ ପୂଜାରୀ, ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ ପ୍ରଣବ ନନ୍ଦ, ରାଜ୍ୟ ଅଧ୍ୟକ୍ଷ ଆୟୁଷ୍ମନ୍ତ ଷଡ଼ଙ୍ଗୀ,
ଉପାଧ୍ୟକ୍ଷ ସୁରେଶ ମହାନ୍ତି, ସମ୍ପାଦକ ଅଜିତ କୁମାର ପଣ୍ଡା, ସହ ସମ୍ପାଦକ ଡଃ. ନବୀନ ପ୍ରଧାନ, ସହ ସମ୍ପାଦକ ଡଃ. ମାନସ ରଞ୍ଜନ ସାହୁ, ପ୍ରଚାର ପ୍ରମୁଖ ଶେଷଦେବ ମିଶ୍ର ଉପସ୍ଥିତ ଥିଲେ। ପଶ୍ଚିମ ଓଡ଼ିଶାର ବରଗଡ, ବଲାଙ୍ଗିର, ନୂଆପଡ଼ା, ସୁନ୍ଦରଗଡ, କଳାହାଣ୍ଡି, ବୌଦ୍ଧ, ସୋନପୁର, କୋରାପୁଟ ଜିଲ୍ଲାରୁ ସଂଯୋଜକ, ସହ ସଂଯୋଜକ, ପ୍ରାନ୍ତର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଗତ ବର୍ଷରେ କରାଯାଇଥିବା କାର୍ଯ୍ୟର ସମୀକ୍ଷା ତଥା ଆଗାମୀ ବର୍ଷର ଯୋଜନା ବିଷୟରେ ଚର୍ଚ୍ଚା ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ