ଜୟପୁରରେ ‘ସିୱା’ ଅନୁଷ୍ଠାନ ପକ୍ଷରୁ ସାଇକେଲ ଶୋଭାଯାତ୍ରା: ଜନଗଣନା ପାଇଁ ସଚେତନତା ସୃଷ୍ଟି
ଜୟପୁର, 05 ଏପ୍ରିଲ୍ (ହି.ସ.) ଜୟପୁର ଭାରତୀୟ ଜାତୀୟ ଜନଗଣନା କାର୍ଯ୍ୟକ୍ରମରେ ସହରବାସୀଙ୍କୁ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରିବା ଦିଗରେ ସଚେତନ କରିବା ଲକ୍ଷ୍ୟରେ ଆଜି ସମାଜସେବୀ ସଂଗଠନ ‘ସିୱା’ ପକ୍ଷରୁ ଜୟପୁର ସହରରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଶୋଭାଯାତ୍ରା ଆଜି
ଜୟପୁରରେ ‘ସିୱା’  ଅନୁଷ୍ଠାନ ପକ୍ଷରୁ ସାଇକେଲ ଶୋଭାଯାତ୍ରା: ଜନଗଣନା ପାଇଁ ସଚେତନତା ସୃଷ୍ଟି


ଜୟପୁର, 05 ଏପ୍ରିଲ୍ (ହି.ସ.)

ଜୟପୁର ଭାରତୀୟ ଜାତୀୟ ଜନଗଣନା କାର୍ଯ୍ୟକ୍ରମରେ ସହରବାସୀଙ୍କୁ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରିବା ଦିଗରେ ସଚେତନ କରିବା ଲକ୍ଷ୍ୟରେ ଆଜି ସମାଜସେବୀ ସଂଗଠନ ‘ସିୱା’ ପକ୍ଷରୁ ଜୟପୁର ସହରରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଶୋଭାଯାତ୍ରା ଆଜି ସହରର ରାଜନଗର ଛକରୁ ଆରମ୍ଭ ହୋଇଥିଲା। ଜୟପୁର ଉପଖଣ୍ଡର ଏସ.ଡି.ପି.ଓ. ଅର୍ଚ୍ଚିତା ମିତ୍ତଲ ଏହାକୁ ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ଜନଗଣନାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ସଚେତନତା ରାଲିରେ ସହରର ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଉତ୍ସାହର ସହ ଯୋଗ ଦେଇଥିଲେ l ଏହି ଶୋଭାଯାତ୍ରା ରେ ଜୟପୁର ସିଟି ହାଇସ୍କୁଲର ଛାତ୍ରଛାତ୍ରୀ, ପ୍ରକାଶ ବିଦ୍ୟାଳୟର ଏନ.ସି.ସି. କ୍ୟାଡେଟ୍ ଏବଂ ଜୟପୁର ସାଇକେଲିଷ୍ଟ କ୍ଲବର ସଦସ୍ୟ ମାନେ ସାମିଲ ହୋଇଥିଲେ ନିଜେ ସାଇକେଲ ଚଲାଇଲେ ଆଇ.ପି.ଏସ୍. ଅଧିକାରୀଏହି କାର୍ଯ୍ୟକ୍ରମର ଅନ୍ୟତମ ବିଶେଷତ୍ୱ ଏହା ଥିଲା ଯେ, ମୁଖ୍ୟ ଅତିଥି ମିସ୍ ମିତ୍ତଲ କେବଳ ଶୋଭାଯାତ୍ରାର ଶୁଭାରମ୍ଭ କରି ନଥିଲେ, ବରଂ ନିଜେ ସାଇକେଲ ଚଲାଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଏଭଳି ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ।ଜନଗଣନା ସମୟରେ ଗଣନାକାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ଏହି ଜାତୀୟ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଲୋକଙ୍କୁ ସଚେତନ କରିବା ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ, ବୋଲି ସେବା ସଂଗଠନ ପକ୍ଷରୁ କୁହାଯାଇଥିଲା।ସହରର ପ୍ରାୟ ଅଧା ଅଂଶ ପରିକ୍ରମା କରି ଶୋଭାଯାତ୍ରାଟି ଲୋକଙ୍କୁ ଜନଗଣନା ସମ୍ପର୍କରେ ସଚେତନ କରିଥିଲା। ପରିଶେଷରେ ଏହା ଜୟପୁର ସିଟି ହାଇସ୍କୁଲ ପ୍ରାଙ୍ଗଣରେ ପହଞ୍ଚି ଉଦଯାପିତ ହୋଇଥିଲା। ‘ସିୱା’ ସଂଗଠନର ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା।ଏଥିରେ ସଂଗଠନର: ସଭାପତି: ଅଜୟ ମିଶ୍ର, ସମ୍ପାଦକ: ପ୍ରତାପ ପଟ୍ଟନାୟକ, ଉପ-ସଭାପତି: ଜି.ଭି. ରେଡ୍ଡୀ, ଯୁଗ୍ମ ସମ୍ପାଦକ: କେ. କୃଷ୍ଣା ରାଓ, କୋଷାଧ୍ୟକ୍ଷ: ରଞ୍ଜିତ ନାୟକଙ୍କ ବ୍ୟତୀତ ରମେଶ ପଟ୍ଟନାୟକ, ପ୍ରଦୀପ୍ତ କୁମାର ସାହୁ, ମୁନ୍ନା ଚୌଧୁରୀ, ବିନାୟକ ମହାପାତ୍ର, ରମେଶ ଚୌଧୁରୀ, ସୌମ୍ୟ ରଞ୍ଜନ ଦଳାଇ, ରବୀନ୍ଦ୍ରନାଥ ସାହୁ କେ.ମୋହନ ରାଓ ନିରଂଜନ ପାଣିଗ୍ରାହୀ, ବିଜୟାଲଷ୍ମୀ ପାଣିଗ୍ରାହୀ, କେ.ଭୂଲଷ୍ମୀ ଏବଂ ସୁଧାକର ପଟ୍ଟନାୟକ ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande