
କେନ୍ଦୁଝର, ୦୫ ଏପ୍ରିଲ୍ (ହି.ସ.) - କେନ୍ଦୁଝର ଜିଲ୍ଲାର ସର୍ବ ପୁରାତନ ଫେମସ କ୍ଲବ ତରଫରୁ ୧୧ତମ ସୁଭାଶିଷ ମେମୋରିଆଲ ଦିବାରାତ୍ର ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବ। ଆଗାମୀ ୭ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଏହି ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ ଚାଲିବ। ଏଥିରେ ଆଠଟି ଟିମ୍ ଭାଗ ନେବାକୁ ଥିବା ବେଳେ ପ୍ରଥମ ପୁରସ୍କାର ଭାବେ ଏକ ଲକ୍ଷ ଏଗାର ହଜାର ଏଗାର ଟଙ୍କା ଓ ଦ୍ୱିତୀୟ ପୁରସ୍କାର ଭାବେ ସତସ୍ତରି ହଜାର ସାତ ସହ ସତସ୍ତରି ଟଙ୍କା ପ୍ରଦାନ କରାଯିବ ବୋଲି ଆୟୋଜକ ଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ଏନେଇ ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବେ ବୋଲି ଆୟୋଜକ ପ୍ରକାଶ କରିଛନ୍ତି। ସେହିପରି ସମାରୋପ ମ୍ୟାଚ୍ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ଫେମସ କ୍ଲବ ସଭାପତି ବିଶ୍ୱଜିତ ତ୍ରିପାଠୀ ପ୍ରକାଶ କରିଛନ୍ତି। ସେହିପରି ଏଲିଡି , ଥାର୍ଡ ଓମ୍ପିଆର ସହ ଓସିଏ ର ଓମ୍ପୀୟର ଟୁର୍ଣ୍ଣାମେଂଟର ପରିଚାଳନା କରିବେ ବୋଲି ପ୍ରକାଶ କରିଛନ୍ତି ଅନୁଷ୍ଠାନର ସଭାପତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA