
ରାଉରକେଲା, ୦୫ ଏପ୍ରିଲ୍ (ହି.ସ.) - ଓଡିଶାରେ ମହିଳାଙ୍କୁ ପୁଲିସି କିଭଳି ନ୍ୟାୟ ଦେଉଛି ସେ ନେଇ ଏବେ କଥା ରାଜ୍ୟ ସାରା ଅନେକ ଉଦାହରଣକୁ ନେଇ ବିରୋଧୀ ଗର୍ଜୁଥିବା ବେଳେ ରାଉରକେଲା ମହାନଗର ନିଗମ ଅଂଚଳରେ ଜଣେ ମହିଳାଙ୍କୁ ବଡଲୋକ କରାଇଦେବାର ସ୍ୱପ୍ନ ଦେଖାଇ ୧୧ ଲକ୍ଷ ୭୦ ହଜାର ଟଙ୍କା ଠକିନେଇ ଆରାମରେ ସହରରେ ଘୁରି ବୁଲୁଥିବା ଅଭିଯୁକ୍ତଙ୍କ ବିରୋଧରେ ରାଉରକେଲା ଛେଣ୍ଡ ଥାନା ଅଭିଯୋଗ ପତ୍ର ନେବାକୁ ୧୫ ଦିନରୁ ବଅଧିକ ସମୟ ଲାଗାଇବା ଓ ଏଥିଲାଗି ସେ ମହିଳା ଜଣକ ଏସପି ଅଫିସରୁ ଥାନା ଦଉଡି ଦଉଡି ନୟାନ୍ତ ହେବା ପରେ ଥାନା ବାଲା ତାଙ୍କ କଥାକୁ ନଶୁଣିବା ବିଷୟ ରାଉରକେଲାରେ କିଭଳି ଥାନା ଗୁଡିକରେ ନ୍ୟାୟ ଦିଆଯାଉଛି ତାର ଉଦାହରଣ ମିଳିଛି । ରାଉରକେଲା ପୁଲିସି ଜିଲ୍ଲା ର ସେକ୍ଟର -୧୪ ଅଂଚଳରେ ରହୁଥିବା ଅଜୟ ଦାସ ଓ ତାଙ୍କ ପତ୍ନୀ ଛେଣ୍ଡ କଲୋନୀରେ ରହୁଥିବା ଜୟନ୍ତୀ ଦାସ ନାମକ ମହିଳା ଙ୍କୁ କିିଛି ଦିନ ତଳେ ପ୍ରଥମେ ପଲିସି ବଜାର ନାକ ସଂସ୍ଥା ଖୋଲି , ରାଉରକେଲା ଷ୍ଟିଲ ପ୍ଲାଟଂରେ ଠିକା କାମ କରିବା କହି ଓ ତାଙ୍କ କ୍ରେଡିଟ କାର୍ଡରୁ ସ୍ୱାଇପ କରି ମୋଟ ୧୧ ଲକ୍ଷ ୭୦ ହଜାର ଟଙ୍କା ଠକି ନେଇଥିଲେ ବୋଲି ମହିଳା ଜୟନ୍ତୀ ଦାସ ଦିର୍ଘ ୩ ରୁ ୪ ମାସ ତଳେ ଥାନା କୁ ଯାଇ ନିରାଶ ହୋଇ ଫେରୁଥିବା ବେଳେ ଠକେଇ ହୋଇଥିବା ଟଙ୍କା ଲାଗି ସେ ଅଧିକ ହଇରାଣ ହେବାରୁ ମାର୍ଚ ୧୪ ତାରିଖରେ ଛେଣ୍ଡ ଥାନାରେ ଏକ ଅଭିଯୋଗ ପତ୍ର ଦାଖଲ କଲେ , ସଂଧ୍ୟା ରୁ ରାତି ୯ଟା ଯାଏ ମହିଳା ଜଣକ ଥାନାରେ ବସି ରହିଲେ, ପରେ ଥାନା ଅଧିକାରୀ ଏହାକୁ ରାତି ୯ଟାରେ ଗ୍ରହଣ କରିଥିଲେ । ପରେ ସେ ଥାନାକୁ ଯ୍ାଇ କପି ମାଗିବାରୁ ତାଙ୍କୁ କୁହାଗଲା ଏଥିରେ ଆମେ କିଛି କରିପାରିବୁ ନାହିଁ କୋର୍ଟକୁ ଯାଇ ମନିସୁଟ କର, ବାରମ୍ବାର ଆସି ଆମ ସମୟ ନଷ୍ଟ କର ନାହିଁ, ଏପରିକି ମହିଳା ଜଣକୁ ବସିବାକୁ ମଧ୍ୟ ଦିଆଗଲା ନାହିଁ ଯାହା ସେ ଏସପି ଙ୍କୁ କହିଛନ୍ତି । ପରେ ମହିଳା ଜଣକ ରାଉରକେଲା ଏସପି ଅଫିସକୁ ଗଲେ, ଏସପି ଙ୍କୁ ପାଇଲେନି ଅତିରିକ୍ତ ଏସପି ତାଙ୍କ ଅଭିଯୋଗ ପତ୍ର ଦେଖି ରାମ ନବମୀ ପରେ ମାର୍ଚ୍ଚ ୩୦ରେ ଛେଣ୍ଡ ଥାନାରେ ଦେଖା କରିବାକୁ କହିଲେ, ମହିଳା ଜଣକ କଥା ମାନି ଛେଣ୍ଡ ଥାନାକୁ ୩୦ ତାରିଖରୁ ୨ /୩ ଥର ଥାନାକୁ ଗଲେ ହେଲେ ଅତିରିକ୍ତ ଏସପି ଙ୍କ କଥାକୁ ବାସିପାଣିରେ ପଚାରିଲେନି ଥାନା ବାଲା । ପୁଣି ନିରାଶ ହୋଇ ସେ ଏସପି ଙ୍କୁ ଦେଖା କରିବାକୁ ଗଲେ, ଏସପି ରାଉରକେଲା ଙ୍କୁ ଦିନ ୨ଟା ପରେ ଦେଖା କଲେ, ଏସପି ରାଉରକେଲା ତାଙ୍କ କଥାକୁ ପୁରା ଶୁଣିବା ସହ ଛେଣ୍ଡ ଥାନାକୁ ଫୋନ କରି ଉତମ ମଧ୍ୟମ ଝାଡିଲେ ଓ ମହିଲା ଜଣକୁ ନ୍ୟାୟ ଦେବାକୁ କହିବା ସହ ଥାନା ବାବୁଙ୍କୁ ବୁଝାଇଥିଲେ ଯେଉଁମାନଙ୍କ ଲାଗି ପୁଲିସି ରହିଛି ତାଙ୍କ କଥା ଯଦି ଆମେ ନବୁଝିବା ତେବେ ସେମାନେ କରିବେ କଣ ? ତା ପରେ ଏସପି କହିବା ଅନୁଶାରେ ମହିଳା ଜଣକ ପରଦିନ ଛେଣ୍ଡ ଥାନାକୁ ଗଲେ , ସେଠାରେ ସେ ୧୫ ଦିନ ଆଗରୁ ଦେଇଥିବା ଏତଲାକୁ ଆଉ ଗ୍ରହଣ କରାଗଲାନି , ପୁଣି ଥରେ ମହିଳା ଜଣକ ଏତଲା ଲେଖିଲେ, ସେହି ମାମଲାକୁ ଥାନାର ଏସଆଇ ପ୍ରିୟଙ୍କା ସାହୁ ଗ୍ରହଣ କରି ଥାନା କେଶ ନମ୍ବର ୧୦୮ ରେ ଭାରତୀୟ ନ୍ୟାୟ ସଂହିତା ଦଫା ୩୧୮(୪)ଓ୩(୫) ଅନୁଯାଇ ମାମଲା କରି ବତଦନ୍ତ ଆରମ୍ଭ କରିଛନ୍ତି । ଏହି ମାମଲାକୁ ଲଗାଇ ଦୁଇଟି ଠକେଇ ମାମଲା ହେବା ପରେ ବି ଅଭିଯୁକ୍ତ ମାନେ ଆରାମରେ ରାଉରକେଲାରେ ବୁଲୁଛନ୍ତି ସେମାନଙ୍କୁ ଗିରଫ କରାଯାଇନାହିଁ । ଅଭିଯୋଗ କାରୀଣି ଙ୍କ କହିବା କଥା, ଅଜୟ ଦାସ ନାମକ ବ୍ୟକ୍ତି ଜିଏ କି ସେକ୍ଟର ୧୪ରେ ରୁହାନ୍ତି ଓ ତାଙ୍କ ପତ୍ନୀ ତାଙ୍କ ସହ ପରିଚିତ ହେବା ପରେ ଘରୋଇ ସଂପର୍କ ସ୍ତାପନ କଲେ ପରେ କହିଲେ ଛେଣ୍ଡରେ ପଲିସି ବାଜାର ନାମକ ସଂସ୍ଥା କରିବା ତମେ ପଇସା ଦିଅ , ଅନେକ ଲାଭ ପାଇବ, ସେଇଆ ହେଲା ମହିଳା ଜଣକ ବିଶ୍ୱାସ କରି ଅଫିସ ସହ ବିଭିନ୍ନ କାମ ଲାଗି ଅଜୟ ବାବୁ ଙ୍କୁ ଟଙ୍କା ଦେଇ ଚାଲିଲେ, ଅଫିସ ଜିନିଷ ପତ୍ର କିଣା ମଧ୍ୟ ତାଙ୍କ ପଇସାରେ ହେଲା, ହେଲେ କିଛି ଦିନ ପରେ ବାବୁ ଅଜୟ କହିଲେ ଏଠି ଯାହା ଚାଲିଛି ଚାଲୁ ଆରଏସପିରେ କଂପ୍ୟୁଟର ସପ୍ଲାଇ ବାହାରିଛି ୨/୩ ଲକ୍ଷ ଦିଅ ଭଲ ଲାଭ ହେବ । ପୁଣି ମହିଲା ଜଣକ ତାଙ୍କୁ ୨ ଲକ୍ଷ ଦେଲେ ।ଏହି ଭଳି ଟଙ୍କା ନେବା ଭିତରେ ମହିଳା ଜଣଙ୍କର କ୍ରେଡିଟକାର୍ଡ କୁ ସ୍ୱାଇପ କରି ମଧ୍ୟ ଅନେକ ଟଙ୍କା ମହିଳାଙ୍କର ଖର୍ଚ୍ଚ କରାଇଲେ । କିଛି ଦିନ ପରେ ଆଉ ଦେଖା ଦେଲେ ନାହିଁ, ମହିଳା ଜଣକ ଜାଣିପାରିଲେ ତାଙ୍କୁ ଠକିଦେଇଛନ୍ତି ଅଜୟ ଦାସ ଓ ତାର ପତ୍ନୀ । ତେଣୁ ମୋଟ ତାଙ୍କର ଯାଇଥିବା ୧୧ଲକ୍ଷ ୭୦ ହଜାର ଫେରେଇ ଦେବାକୁ ସେ କହିଥିଲେ । କିନ୍ତୁ ଟଙ୍କା ଫେରାଇବା ଦୁରର କଥା ତାଙ୍କୁ ସେମାନେ ମାଡ ମାରି ନିରବ ରଖିାକୁ ଚେଷ୍ଟା କରିଥିଲେ ଯାହାର ଏକ ମାମଲା ଛେଣ୍ଡ ଥାନାରେ ଆଗରୁ ରହିଛି । ପରେ ମହିଳା ଜଣକ ଛେଣ୍ଡ ଥାନାକୁ ପଇସା ମାମଲାରେ କେଶ କରିବାକୁ ଚାହିଁବାରୁ ତାଙ୍କୁ କୁହାଗଲା ଗୋଟିଏ କେଶ ହୋଇଛି ସେହିଥିରେ ସବୁ ବାହାରିବ । ଏହା ପରେ ମହିଳା ଜଣକ ୧୫ ଦିନ ଦଉଡି ଏତଲା କପି ପାଇଲେ ମାମଲା ହେଲା କିନ୍ତୁ ମହିଳା ଜଣକ ଏବେ ନ୍ୟାୟ ପାଇବେ ନା ନାହିଁ ତାକୁ ନେଇ ଏବେ ସେ ଚିନ୍ତାରେ ଥିବା କହିଛନ୍ତି । ଘରେ ତାଙ୍କର ଏହି ଘଟଣା ଲାଗି ଅଶାନ୍ତି ବଢିବା ସହ ସେ ରୋଗା ଗ୍ରସ୍ତ ହୋଇଥିବା କହିଛନ୍ତି ।ଏହି ଭଳି ଢଙ୍ଗରେ ସେହି ବ୍ୟକ୍ତି ଅଜୟ ଦାସ ଓ ତାର ପତ୍ନୀ ପିଙ୍କି ଦାସ ବାସନ୍ତୀ କଲୋନୀ ଅଁଚଳରେ ରିନା ସିଂ ନାମକ ବିଧବା ମହିଳାଙ୍କ ଠାରୁ ୭ଲକ୍ଷ ୭୫ ହଜାର ଟଙ୍କା ଠକିନେଇଥିବା ନେଇ ଏକ ମାମଲା ହୋଇଛି । ସେ ମାମଲାକୁ ହେରଫେର ଲାଗି ଅଭିଯୁକ୍ତ ଚେଷ୍ଟା କରୁଥିବା ଖବର ପାଇ, ପୁଲିସିର ସହ ଯୋଗ ସେଭଳି ନହେବାରୁ ମହିଲା ଜଣକ ଏସପି ଙ୍କୁ ଦେଖା କରିଥିଲେ ଏସପି ଏହି ମାମଲାକୁ ଅନ୍ୟଜଣକୁ ତଦନ୍ତ ଲାଗି ଦେଇଥିବା ଖବର ମିଳିଛି । ସହରର ଏହି ନିର୍ଘାତ ଠକ ମହିଳା ମାନଙ୍କୁ ଟାର୍ଗେଟ କରି ଲକ୍ଷ ଲକ୍ଷ ଟଙ୍କା ଠକି ଚାଲିଥିଲେ ବି ପୁଲିସି ରେ ତାର ନିଜ ଲୋକ ଥିବାରୁ ଥାନା ଗୁଡିକରେ ମାମଲା ହେବାରେ ସମସୟ।। ହେଉଛି ଓ ମହିଳା ମାନଙ୍କୁ ନ୍ୟାୟ ମିଳିବାରେ ସନ୍ଦେହ ସୃଷ୍ଟି ହେଉଛି , ଏଥିଲାଗି ସରକାର ମଧ୍ୟ ବଦନାମ ହେଉଛି । ତେଣୁି ଏଥିରେ ଷ୍ପଷ୍ଟ ଯେ ଏଭଳି ଠକେଇରେ ପୁଲିସି ବିଭାଗର କେହି ବାବୁ ସେହି ଅଭିଯୁକ୍ତ ସହ ରହିଛି ତେଣୁ ସେ ଆରାମରେ ସେ ବୁଲୁଛି ଓ ଠକେଇ କରିଚାଲିଛି । ତେଣୁ ରାଜ୍ୟ ପୁଲିସି ମୁଖିଆ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ମହିଳା ମାନଙ୍କୁ ନ୍ୟାୟ ଦେବାକୁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ