ରାଜଧାନୀରେ ମଦ୍ୟପ ଯୁବକଙ୍କ ଉନ୍ମକ୍ତ କାଣ୍ଡ
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ରାଜଧାନୀରେ ମଦ୍ୟପ ଯୁବକଙ୍କ ଉନ୍ମକ୍ତ କାଣ୍ଡ। ଦୁର୍ଘଟଣା ଘଟାଇଲେ,ପିଟିଲେ ,ବିରୋଧ କରିବାରୁ ଖଣ୍ଡାରେ ଗୋଡେଇ ଗୋଡେଇ ହାଣିଲେ। ଖାରବେଳ ନଗର ଥାନା ୟୁନିଟ ୪ ଆମିଷ ବଜାର ପାଖରେ ହୋଟେଲ କର୍ମଚାରୀକୁ ଗୋଡେଇ ଗୋଡେଇ ହାଣିଲେ ୪ ମଦ୍ୟପ ଯ
ରାଜଧାନୀରେ ମଦ୍ୟପ ଯୁବକଙ୍କ ଉନ୍ମକ୍ତ     କାଣ୍ଡ


ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ରାଜଧାନୀରେ ମଦ୍ୟପ

ଯୁବକଙ୍କ ଉନ୍ମକ୍ତ କାଣ୍ଡ। ଦୁର୍ଘଟଣା ଘଟାଇଲେ,ପିଟିଲେ ,ବିରୋଧ କରିବାରୁ ଖଣ୍ଡାରେ ଗୋଡେଇ

ଗୋଡେଇ ହାଣିଲେ। ଖାରବେଳ ନଗର ଥାନା ୟୁନିଟ ୪ ଆମିଷ ବଜାର ପାଖରେ ହୋଟେଲ କର୍ମଚାରୀକୁ ଗୋଡେଇ

ଗୋଡେଇ ହାଣିଲେ ୪ ମଦ୍ୟପ ଯୁବକ। ଖଣ୍ଡା ଚୋଟରେ ଗୁରୂତର ଆହତ ହେଇଛନ୍ତି ଯୁବକ।

ଆହତ ଯୁବକ ହେଲେ ପୂର୍ବ ପଶ୍ଚିମବଙ୍ଗ, ମେଦିନପୁର ଅଞ୍ଚଳର ବୁଦ୍ଧ ଭୂୟାଁ। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଚି ।

ଗୁରୁତର ଅବସ୍ଥାରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଖାରବେଳ

ନଗର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

ରାତିରେ ହୋଟେଲରୁ କାମସାରି ଫେରୁଥିବା ବେଳେ ୨ ଜଣ ଯୁବକ

ଆସି ଆହତ ଯୁବକ ଜଣଙ୍କୁ ଧକ୍କା ଦେଇଥିଲେ । ଧକ୍କା

ଦେବା ପରେ ଉଭୟଙ୍କ ଭିତରେ କିଛି ସମୟ ପଟିତୁଣ୍ଡ ଓ ବଚସା ହୋଇଥିଲା।ଏହାକୁ ବିରୋଧ

କରିବାରୁ ଆଉ ୨ ଜଣ ଯୁବକ ଆସି ଖଣ୍ଡାରେ ହାଣିଛନ୍ତି ।

ଘଟଣାସ୍ଥଳରୁ ୪ ଯୁବକ ଚଂପଟ ମାରିଛନ୍ତି। ଘଟଣାକୁ ଗୁରୁତର ସହିତ ନେଇ ୪ ଅପରାଧୀଙ୍କୁ

ଖୋଜୁଛି ପୋଲିସ୍।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande