
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ଲିଫ୍ଟ ଦେବା ବାହାନାରେ ଲୁଟ୍, ବରିଷ୍ଠ ନାଗରିକଙ୍କ
ଠାରୁ ନେଇଗଲେ 60ହଜାର ଟଙ୍କା । ଖଣ୍ଡଗିରି
ଅଞ୍ଚଳରେ ଜଣେ ବରିଷ୍ଠ ନାଗରିକଙ୍କୁ ଲିଫ୍ଟ ଦେବା ନାଁରେ ଲୁଟ ହୋଇଥିବା ଥାନାରେ ଅଭିଯୋଗ ପରେ
ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ବ୍ୟାଗରେ ଥିବା ନଗଦ 60ହଜାର ଟଙ୍କା ନେଇ ଲୁଟେରା ଛୁ
ମାରିଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ନାଗରିକ ।
ସୂଚନା ଅନୁଯାଇ ଘର କାମ ପାଇଁ ବ୍ୟାଙ୍କରୁ ବରିଷ୍ଠ ନାଗରିକ ଟଙ୍କା
ଉଠେଇ ନେଇ ଯାଉଥିବା ବେଳେ ଜଣେ ଲୁଟେରା ତାଙ୍କୁ ଲିଫ୍ଟ ଦେଇଥିଲା । କିଛି ବାଟ ଗଲା ପରେ
ପେଟ୍ରୋଲ ପକାଇବା ବାହାନାରେ ଟଙ୍କା ବ୍ୟାଗ ନେଇ ଛୁ ମାରିଛି ଲୁଟେରା । ଆଖପାଖରେ ଲାଗିଥିବା
ସିସିଟିଭି ଫୁଟେଜ ଆଧାରରେ ଲୁଟେରାକୁ ଧରିବାକୁ ପୋଲିସ ଛାନଭିନ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା