5 କେଜି ଗ୍ୟାସ ବିକ୍ରି ବନ୍ଦ ନିଷ୍ପତିକୁ ବିଜେଡିର ବିରୋଧ
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ଖୋଲାରେ ଗ୍ୟାସ ବିକ୍ରି ଓ 5 କେଜି ଗ୍ୟାସ ବିକ୍ରି ବନ୍ଦ ହେବା ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଏହାକୁ ବିରୋଧ କରିଛି ବିଜେଡି । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ଆଗାମୀ ଦିନରେ ଅନାହାର ଦେଖାଦେବ । ମନ୍ତ୍ର
5 କେଜି ଗ୍ୟାସ ବିକ୍ରି ବନ୍ଦ ନିଷ୍ପତିକୁ ବିଜେଡିର ବିରୋଧ


ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ଖୋଲାରେ ଗ୍ୟାସ ବିକ୍ରି ଓ 5 କେଜି ଗ୍ୟାସ ବିକ୍ରି ବନ୍ଦ

ହେବା ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଏହାକୁ ବିରୋଧ କରିଛି ବିଜେଡି । ବିଜେଡି

ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ଆଗାମୀ ଦିନରେ ଅନାହାର ଦେଖାଦେବ । ମନ୍ତ୍ରୀଙ୍କ

ଟିପ୍ପଣୀ ଦୁର୍ଭାଗ୍ୟ ଜନକ। ପାଠ ପଢା ପିଲା କେଉଁଠି ଗ୍ୟାସ ଆଣିବ। ଛୋଟ ପରିବାର କେମିତି ଚଳିବ।

ସରକାର ଲୋକଙ୍କୁ ଗ୍ୟାସ ଦେଇ ପାରୁନାହାନ୍ତି । ହୋଟେଲ

ବନ୍ଦ ହେଲାଣି। ଏହା ଦ୍ୱାରା କଳାବଜାରୀ ବଢିବ। ଆଗାମୀ ଦିନରେ ଅନାହାର ଦେଖାଦେବ। ଏହାର

ପୁନଃ ବିଚାର ପାଇଁ ଅନୁରୋଧ କରୁଛି ବୋଲି ବିଜେଡି ବିଧାୟକ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande