ମେଟ୍ରୋକୁ ବନ୍ଦ କରିବା ଦୁଃଖଦ- - ଅନନ୍ତ ନାରାୟଣ ଜେନା
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.) - ମେଟ୍ରୋ ବନ୍ଦ ହେବାକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ମେଟ୍ରୋକୁ ବନ୍ଦ କରିବା ଦୁଃଖଦ । ଓଡ଼ିଶା ବୋଧେ ଆଉ ମେଟ୍ରୋ ଦେଖିବପାରିବ ନାହିଁ। ମେଟ୍ରୋ ପାଇଁ 272 କୋଟିରୁ ଅଧିକ ଟଙ୍କା
ମେଟ୍ରୋକୁ ବନ୍ଦ କରିବା ଦୁଃଖଦ- - ଅନନ୍ତ ନାରାୟଣ ଜେନା


ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)

- ମେଟ୍ରୋ ବନ୍ଦ ହେବାକୁ ନେଇ ବିଜେଡି ପ୍ରତିକ୍ରିୟା

ରଖିଛି । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ମେଟ୍ରୋକୁ ବନ୍ଦ କରିବା ଦୁଃଖଦ

। ଓଡ଼ିଶା ବୋଧେ ଆଉ ମେଟ୍ରୋ ଦେଖିବପାରିବ ନାହିଁ। ମେଟ୍ରୋ ପାଇଁ 272 କୋଟିରୁ ଅଧିକ ଟଙ୍କା

ଖର୍ଚ୍ଚ ହୋଉଥିଲା। ଲୋକଙ୍କ ସରକାର ଲୋକଙ୍କ ପଇସା ବରବାଦ କଲେ। ମେଟ୍ରୋ ଲୋକଙ୍କ ଆବଶ୍ୟକତା

ରହିଛି। ସରକାର ଯିବ ଆସିବ। ଆମର ଗମନାଗମନ ନଥିବା

ପରିତାପର ବିଷୟ। ମେଟ୍ରୋ ନ ରହିଲେ କୌଣସି ରାଷ୍ଟ୍ର ବ୍ୟବସାୟ ପାଇଁ ଆସିବେ ନାହିଁ। ମେଟ୍ରୋ ନ

ଚଲେଇବା ସରକାରଙ୍କ ହୀନ ମାନ୍ୟତା। ବିଜେଡି କାଳେ ମାଇଲେଜ ନେଇ ଯିବ ସେଥିପାଇଁ ମେଟ୍ରୋକୁ ବନ୍ଦ

କଲେ ବୋଲି ବିଜେଡି ବିଧାୟକ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande