5 କେଜି ଗ୍ୟାସ ବିକ୍ରି ବନ୍ଦ ନିଷ୍ପତିକୁ କଂଗ୍ରେସର ବିରୋଧ
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.) 5 କେଜିଆ ଗ୍ୟାସ ବେଆଇନ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରାବାହିନୀ ପତି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଗରିବ ଲୋକ ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ, ସେମାନେ 5 ଲିଟିରିଆ ଗ୍ୟାସରେ ଚଳନ୍ତି। ସେମାନେ ଏବେ ଅନାହାରରେ ମରିଯିବେ
5 କେଜି ଗ୍ୟାସ ବିକ୍ରି ବନ୍ଦ ନିଷ୍ପତିକୁ କଂଗ୍ରେସର ବିରୋଧ


ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)

5 କେଜିଆ ଗ୍ୟାସ ବେଆଇନ ପ୍ରସଙ୍ଗରେ କଂଗ୍ରେସ ବିଧାୟକ

ତାରାବାହିନୀ ପତି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଗରିବ ଲୋକ ଯେଉଁମାନଙ୍କ ପାଖରେ ଟଙ୍କା

ନାହିଁ, ସେମାନେ 5 ଲିଟିରିଆ ଗ୍ୟାସରେ ଚଳନ୍ତି।

ସେମାନେ ଏବେ ଅନାହାରରେ ମରିଯିବେ। ଆମକୁ

ରାଜରାସ୍ତାକୁ ଆସିବାକୁ ସରକାର ବାଧ୍ୟ କରନ୍ତୁ ନାହିଁ। 5 କିଲୋ ଚାଉଳ ଦେଲେ ଗ୍ୟାସ କାଟିଲେ।

ସରକାର କେବେ ଲୋକଙ୍କୁ ଖୁସି ଦେଖିପାରୁ ନାହଁନ୍ତି। ଏ ନିଷ୍ପତ୍ତିକୁ ଆମେ ଦୃଢ଼ ନିନ୍ଦା କରୁଛୁ

ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande