ମେଟ୍ରୋର ଜବାବ ଲୋକେ ଦେବେ - କଂଗ୍ରେସ
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ମେଟ୍ରୋ ପ୍ରକଳ୍ପ ନେଇ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ଗତ ସରକାରରେ ମେଟ୍ରୋ କରିକି ଟେଣ୍ଡର ଆଉ ରୋଡ଼ମ୍ୟାପ କରିଥିଲେ | ଏ ସରକାର ବି ବିଧା
ମେଟ୍ରୋର ଜବାବ ଲୋକେ ଦେବେ - କଂଗ୍ରେସ


ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ମେଟ୍ରୋ ପ୍ରକଳ୍ପ ନେଇ ସରକାରଙ୍କୁ ସମାଲୋଚନା କରିଛି

କଂଗ୍ରେସ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ଗତ

ସରକାରରେ ମେଟ୍ରୋ କରିକି ଟେଣ୍ଡର ଆଉ ରୋଡ଼ମ୍ୟାପ କରିଥିଲେ | ଏ ସରକାର ବି

ବିଧାନସଭାରେ କହିଥିଲେ ମେଟ୍ରୋ କରିବେ ଡିଜାଇନ ଚେଞ୍ଜ କରିବୁ | ଏ ସରକାର ମେଟ୍ରୋ ବନ୍ଦ କରିଦେଉଛନ୍ତି | ଏବେ 273 କୋଟି ପାଣିରେ ପଡିଲା | ଏ ସମ୍ପତ୍ତି ଗରିବମାନଙ୍କର | ସରକାର ଏ ସମ୍ପତ୍ତିକୁ ସମୁଦ୍ର ଭିତରକୁ ଫିଙ୍ଗିଦେଲେ | ଆଗାମୀଦିନରେ ଜନ ସାଧାରଣ ଜବାବ ଦେବେ ବୋଲି ସେ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande