
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ ବୈଷୟିକ ଶିକ୍ଷା ଏବଂ
ମେଡିକାଲରେ ସଂରକ୍ଷଣକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ପ୍ରଥମ ଥର ପାଇଁ
ଏପରି ନିଷ୍ପତ୍ତି ହୋଇଛି। ମେ 14 2025 ରେ ରାଜ୍ୟ ସରକାର୍ ଶିକ୍ଷା କ୍ଷେତ୍ରରେ ଏସସିବିସିଙ୍କ
ପାଇଁ ସଂରକ୍ଷଣ ପ୍ରଦାନ କରିଥିଲେ। ଦାବିଥିଲା ବୈଷୟିକ ଶିକ୍ଷା ଏବଂ ମେଡିକାଲରେ ସଂରକ୍ଷଣ ଦେବା
ପାଇଁ। ଏହି ନିଷ୍ପତ୍ତି ସରକାର୍ ନେଇଛନ୍ତି ଏହାକୁ ଆମେ ସ୍ବାଗତ ଜଣାଉଛୁ। ଏଥିରେ ମୁଖ୍ୟମନ୍ତ୍ରୀ
ବିଭାଗୀୟ ମନ୍ତ୍ରୀଙ୍କର ଅନେକ ଭୂମିକା ରହିଛି। ପଛୁଆବର୍ଗ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ । ପୂର୍ବ
ସରକାର ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଚିଠି ଲେଖି ଥିଲେ । ରାଜ୍ୟ
ବିଜେପି ମଧ୍ୟ ଆନ୍ଦୋଳନ କରିଥିଲା । ହେଲେ ପୂର୍ବ ସରକାର ଶୁଣି ନ ଥିଲେ । ପ୍ରଧାନମନ୍ତ୍ରୀ ମୋଦି
ଦାୟିତ୍ବ ନେବା ଦିନଠୁ ପଛୁଆବର୍ଗଙ୍କ ବିକାଶ ପାଇଁ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି ବୋଲି ସେ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା