ଝିଙ୍କିରିଆରେ ଶ୍ରୀରାମ ନବମୀ ମହୋତ୍ସବ ଉଦଯାପିତ
ଭଦ୍ରକ, ୫ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଝିଙ୍କିରିଆ ଗ୍ରାମସ୍ଥିତ ପାତାଳି ହନୁମାନ ପୀଠରେ ୯ ଦିନ ଧରି ଚାଲିଥିବା ଶ୍ରୀରାମ ନବମୀ ମହୋତ୍ସବ ଗୁରୁବାର ରାତିରେ ଉଦଯାପିତ ହୋଇଯାଇଛି। ନବମୀ ତିଥିରେ କଳସ ଶୋଭାଯାତ୍ରାରେ ଗ୍ରାମର ଶତାଧିକ ମହିଳା ସାମିଲ ହୋଇ
jhnkiria sriram mahoschhab


ଭଦ୍ରକ, ୫ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଝିଙ୍କିରିଆ ଗ୍ରାମସ୍ଥିତ ପାତାଳି ହନୁମାନ ପୀଠରେ ୯ ଦିନ ଧରି ଚାଲିଥିବା ଶ୍ରୀରାମ ନବମୀ ମହୋତ୍ସବ ଗୁରୁବାର ରାତିରେ ଉଦଯାପିତ ହୋଇଯାଇଛି। ନବମୀ ତିଥିରେ କଳସ ଶୋଭାଯାତ୍ରାରେ ଗ୍ରାମର ଶତାଧିକ ମହିଳା ସାମିଲ ହୋଇଥିଲେ। ପରେ ଶ୍ରୀରାମଙ୍କ ମନ୍ଦିରରେ ଶ୍ରୀରାମ, ଲଷ୍ମଣ ଓ ମାତା ସୀତାଙ୍କୁ ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା। କର୍ତ୍ତା ଭାବେ ଧୀରେନ୍ଦ୍ର କୁମାର ସାହୁ ଓ ନନ୍ଦିନୀ ସାହୁ, ପୂଜକ ଭାବେ ରତ୍ନାକର ମିଶ୍ର, ଓ ତାରାକାନ୍ତ ପତି କାର୍ଯ୍ୟ ତୁଲାଇଥିଲେ । ଏହି ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ଗତ ରବିବାର ଠାରୁ ସେହି ପୀଠରେ ୫ଦିନ ଧରି ଚାଲିଥିବା ମହାଯଜ୍ଞାର ଗୁରୁବାର ପୂର୍ଣ୍ଣାହୁତି ହୋଇଥିଲା। ଯଜ୍ଞ କର୍ତ୍ତା ଭାବେ ସୁକାନ୍ତ ସାହୁ, ଓ ସୀମାରାଣୀ ସାହୁ ଏବଂ ପୁରୋହିତ ଭାବେ ଜନ୍ମେଞ୍ଜୟ ସାମନ୍ତ, ଗୟାଧର ପଣ୍ଡା, ମାଧବ ମିଶ୍ର, ବିମଳ ସାମନ୍ତ, ରାମକୃଷ୍ଣ ସାମନ୍ତ, ଶୁକଦେବ ପଣ୍ଡା କାର୍ଯ୍ୟ ତୁଲାଇଥିଲେ। ସେଠାରେ ଥିବା ବହୁ ପୁରାତନ ପାତାଳୀ ହନୁମାନଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନକରି ଭୋଗ ନୈବେଦ୍ୟ ଅର୍ପଣକରିଥିଲେ। ପ୍ରତିଦିନ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା । ଗୁରୁବାର ରାତିରେ ଶ୍ରୀହନୁମାନ ଏବଂ ଶ୍ରୀରାମ ଓ ଲଷ୍ମଣଙ୍କ ମୃଣ୍ମୟ ମୂର୍ତ୍ତିକୁ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇଥିଲା। ପ୍ରତ୍ୟେକ ଦିନ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ସେମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ,ବିଜେପି ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା,ସରପଞ୍ଚ ଶୁଭ୍ର ନାରାୟଣ ସେଠୀ ପ୍ରମୁଖଙ୍କ ସହିତ ବହୁ ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କୁ ଦର୍ଶନକରି ଆଶିଷ ଭିକ୍ଷାକରିଥିଲେ।କମିଟି ଉପଦେଷ୍ଟା ଯାମିନୀ ମୋହନ ପାଢ଼ୀ, ବସନ୍ତ କୁମାର ପତି, ସଭାପତି ଚିନ୍ତାମଣି ଦାସ, ସମ୍ପାଦକ ଧୀରେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସୁଶାନ୍ତ ବାରିକଙ୍କ ସମେତ ସୁଧାଂଶୁ ଶେଖର ନାୟକ, ବୀରେନ୍ଦ୍ର ସାହୁ, ବିପ୍ଳବ ରଞ୍ଜନ ପତି, ପଦ୍ମଲୋଚନ ପତି,ଦେବାଶିଷ ଜେନା ,ଅମୂଲ୍ୟ ଜେନା,ଶୁଭେନ୍ଦୁ ସାହୁ,ସଂଗ୍ରାମ ସଂଜୀବନି ପତି, ନତ୍ୟସ୍ମିତ ପତି, ରଞ୍ଜନ କୁମାର ଜେନା,ସତ୍ୟ ପ୍ରଜ୍ଞା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande