
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ଆଗାମୀ ଦିନରେ ନିଶ୍ଚିତ
ଭାବରେ ହେବ ମେଟ୍ରୋ । ଏନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି | ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରିକି ନିଜର ନିର୍ବାଚନ ଚାଲ ଖେଳିବା
ଏବଂ ମେଟ୍ରୋ କରିକି ପ୍ରତିବର୍ଷ ଦୁଇ ହଜାର କୋଟି କ୍ଷତି କରିବା ଆବଶ୍ୟକ ନାହିଁ | ଆଗାମୀ ଦିନରେ ମେଟ୍ରୋକୁ ନେଇ ସରକାର ଗମ୍ଭୀର ଅଛନ୍ତି | ମୋବିଲିଟି ପ୍ଲାନ ହେଲା ପରେ ମେଟ୍ରୋକୁ ନେଇ ସରକାର ଚିନ୍ତା କରିବେ |ମେଟ୍ରୋକୁ ନେଇ ଯେଉଁ ଚୁକ୍ତି ହୋଇଥିଲା ଏହା ଫଲଟି କଣ୍ଟ୍ରାକ୍ଟ | ଯେଉଁଠି ଯେଉଁଠି ମେଟ୍ରୋ ହେଇଛି ସେଠି କେନ୍ଦ୍ର ସରକାରଙ୍କ
ସହାଭାଗିତାରେ ହୋଇଛି | ଗତ ସରକାର
ସମୟରେ ମେଟ୍ରୋ ପାଇଁ ଯେତବେଳେ ବ୍ୟବସ୍ଥା କଲେ ସେତବେଳେ ଜାଣିଶୁଣି କେନ୍ଦ୍ର ସରକାରଙ୍କ
ସହଭାଗିଥା ନ ନେଇକି ଷ୍ଟେଟ ପ୍ଲାନରୁ କରିବେ ବୋଲି ବସିଥିଲେ | ମେଟ୍ରୋର ଯେଉଁ ଆଲାଇଜମେଣ୍ଟ ତିଆରି ହୋଇଥିଲା ତାହା ନଟ ଫିଟ | ଯେଉଁ କମ୍ପାନୀ ତିଆରି ହୋଇଛି ମୋବିଲିଟି ପ୍ଲାନ ତିଆରି କରୁଛନ୍ତି | ଆଜିର ତାରିଖରେ ମେଟ୍ରୋ ଆମ ପାଇଁ ଲସ ମେକିଙ୍ଗ ପ୍ରକଳ୍ପ ହୋଇପାରେ | ପ୍ରତି ବର୍ଷ
ହଜାରେ କି ଦୁଇ ହଜାର କୋଟି ଖର୍ଚ୍ଚ ହେବା ଅପେକ୍ଷା ଯେତିକି ଅଛି ପ୍ରକଳ୍ପକୁ ଷ୍ଟଲ ରଖିଛୁ | ଅପରିଣାମଦର୍ଶୀ ନିଷ୍ପତ୍ତି ଗତ ସରକାର ନେଇଥିଲେ | ମନ୍ତ୍ରୀ ସ୍ତରୀୟ କମିଟି ଯେଉଁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ
ଏବଂପୁରା କ୍ୟାବିନେଟ ସହମତି ଅଛନ୍ତି | ଭୁବନେଶ୍ୱର
ମେଟ୍ରୋ କର୍ପୋରେସନ ସେମିତି ରହିବ | ପ୍ଲାନ
ତିଆରି ହେଲା ପରେ ସାଇଣ୍ଟିଫିକ ୱେ ରେ ଆମେ ଆଗକୁ ଯିବାକୁ ପ୍ରସ୍ତୁତ ହେଉଛୁ | ମେଟ୍ରୋର ଆବଶ୍ୟକତା, ଯେଉଁ ରୁଟରେ ଆବଶ୍ୟକତା ସିଟିର ଏକ୍ସପନେସନ ସାଙ୍ଗରେ ଯାହା ପରିଲିକ୍ଷିତ ହେବ | ଯେଉଁକଥାକୁ ଅଣଦେଖା କରି ଗତ ସରକାର ଜବରଦସ୍ତ କରି ନିର୍ବାଚନରେ
ଲୋକଙ୍କୁ ଦେଖାଯାଉ ବୋଲି ମେଟ୍ରୋ କରିଥିଲେ | ବର୍ତ୍ତମାନ ପାଇଁ ବନ୍ଦ ଅଛି ଆଗାମୀ ଦିନରେ ସରକାର ଯେ କୌଣସି ସମୟରେ ନିଷ୍ପତି ନେବେ ବୋଲି
ମନ୍ତ୍ରୀ କହିଛନ୍ତି |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା