
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ବିଶ୍ୱ ପାରା ତୀରନ୍ଦାଜ
ସିରିଜରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ତୀରନ୍ଦାଜ ପାୟଲ ନାଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି
ଯେ, ବ୍ୟାଙ୍କକରେ ଅନୁଷ୍ଠିତ ହେଉଥିବା ବିଶ୍ୱ ପାରା ତୀରନ୍ଦାଜ ସିରିଜରେ ସ୍ୱର୍ଣ୍ଣ ପଦକ ହାସଲ
କରି ଦେଶପାଇଁ ଗୌରବ ଆଣିଥିବା ବଲାଙ୍ଗୀର ମାଟିର ଝିଅ ତଥା ଓଡିଶାର ଷ୍ଟାର ପାରା ତୀରନ୍ଦାଜ ପାୟଲ
ନାଗଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।
ତାଙ୍କର ଏହି ସଫଳତା ପାଇଁ ଆଜି ଆମେ
ସମସ୍ତେ ଗର୍ବିତ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ସମଲେଶ୍ବରୀଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା