
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ଡିଜିଟାଲ ଜନଗଣନା କାର୍ଯ୍ୟକ୍ରମରେ ଆଜି ସ୍ୱ-ପଂଜିକରଣ କରିଛନ୍ତି
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଦେଶରେ
ଆରମ୍ଭ ହୋଇଥିବା ‘ଡିଜିଟାଲ ଜନଗଣନା’ କାର୍ଯ୍ୟକ୍ରମରେ ଆଜି ଅଂଶଗ୍ରହଣ କରି ସ୍ୱ-ପଞ୍ଜୀକରଣ କଲି।
ସଠିକ୍ ତଥ୍ୟ ହିଁ ଆଗାମୀ ଦିନରେ ଜନକଲ୍ୟାଣମୂଳକ ଯୋଜନା ପ୍ରସ୍ତୁତିରେ ସହାୟକ ହେବ। ଆସନ୍ତୁ, ଏହି ଅଭିଯାନରେ
ସହଯୋଗ କରିବା ସହ ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଭାଗିଦାର ହେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା