
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ
ସଂରକ୍ଷଣ ନୀତିରେ ରାଜ୍ୟ କ୍ୟାବିନେଟ ବଡ଼ ନିଷ୍ପତ୍ତି ପରେ ଅନୁସୂଚିତ ଓ ଜନ ଜାତି ପଛୁଆ ବର୍ଗ
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖି କହିଛନ୍ତି ଯେ,ଚଳିତ ବର୍ଷ ଲାଗୁହେବ ଏ ସଂରକ୍ଷଣ
ନୀତି | ରାଜ୍ୟର ଅନୁସୂଚିତ ଜନଜାତି ୨୨.୫୦ ପ୍ରତିଶତ, ଅନୁସୂଚିତ ଜାତି ୧୬.୨୫ ପ୍ରତିଶତ ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ ଛାତ୍ରଛାତ୍ରୀମାନେ ୧୧.୨୫ ପ୍ରତିଶତ ସଂରକ୍ଷଣ ପାଇବେ ।
କ୍ୟାବିନେଟରେ ବଡ ନିଷ୍ପତ୍ତି ଆମ ସରକାର ଆସିଲା ପରେ ଏସସି ଏସଟିଙ୍କୁ, ଏସସିବିସିଙ୍କୁ ମେଡିକାଲ
ଅନନ୍ୟା ପ୍ରଯୁକ୍ତି ବିଦ୍ୟାରେ ନାମ ଲେଖାଇବା ପାଇଁ ସଂରକ୍ଷଣ ବ୍ୟବସ୍ଥା ହୋଇଛି | ଚାକିରୀ ଓ ପାଠ ପଢ଼ାରେ ସଂରକ୍ଷଣ ବ୍ୟବସ୍ଥା ହୋଇଛି | ସିଟ ସଂଖ୍ୟା ବି ବଢିବ | ଗତ ସରକାର ସେମାନଙ୍କ ଅଧିକାର କ୍ଷୁର୍ଣ୍ଣ କରିଥିଲେ ବୋଲି ମନ୍ତ୍ରୀ କହିଛନ୍ତି |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା