
, 05 ଏପ୍ରିଲ୍ (ହି.ସ.)
ଭୁବନେଶ୍ୱର- ମେଡିକାଲ୍ ଓ
ଇଞ୍ଜିନିୟରିଂ ଶିକ୍ଷା ପାଇଁ ରାଜ୍ୟ କ୍ୟାବିନେଟରେ ସଂରକ୍ଷଣ ପ୍ରସ୍ତାବ ଗୃହୀତ ହେବା ପରେ ରାଜ୍ୟ
ସରକାରଙ୍କ ନିଷ୍ପତ୍ତିକୁ ଧନ୍ୟବାଦ ଦେଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ବିଶେଷକରି
ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ପାଇଁ ୧୧.୨୫
ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସ୍ୱାଗତ କରିଛି।
ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ବିଶ୍ୱଜିତ୍ ପାତ୍ର କହିଛନ୍ତି,ପୂର୍ବରୁ ବାରମ୍ବାର ଏବିଭିପି ପକ୍ଷରୁ ରାଜ୍ୟ ସରକାର ଓ ଉଚ୍ଚଶିକ୍ଷା
ମନ୍ତ୍ରୀଙ୍କୁ ଏଇ ସଂକ୍ରାନ୍ତରେ ଦାବି ପତ୍ର ଦିଆଯାଇଥିଲା,ଯାହା ପୂରଣ ହୋଇଛି। ଏହାଦ୍ବାରା ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀ ଉପକୃତ
ହେବେ। କିନ୍ତୁ କେବଳ ଶିକ୍ଷା ନୁହେଁ, ଚାକିରୀ
କ୍ଷେତ୍ରରେ ମଧ୍ୟ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରନ୍ତୁ, ସବୁର କାର୍ଯ୍ୟାନ୍ଵୟନ ଠିକ୍ ହେବା ଉଚିତ୍ ବୋଲି ଏବିଭିପିର ରାଷ୍ଟ୍ରୀୟ
କାର୍ଯ୍ୟକାରୀ ସଦସ୍ୟ ବିଶ୍ୱଜିତ ପାତ୍ର କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା