ତିହିଡିରେ ବସରୋକ ଘଟଣା,ଫେସବୁକରେ ଆଇନଜୀବୀଙ୍କୁ ଅସମ୍ମାନ, କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଏତଲା
ଭଦ୍ରକ, ୫ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଓକିଲ ସଂଘର ସମ୍ପାଦକ ଆଇନଜୀବୀ ବିଷ୍ଣୁ ଚରଣ ଦାଶଙ୍କୁ ବାସରୋକ ଘଟଣାରେ ଜଣେ ଯୁବକ ସାମାଜିକ ଗଣମାଧ୍ୟମ (ଫେସ ବୁକ)ରେ କୁତ୍ସାରଟନା କରିବା ସହ ଅସମ୍ମାନିତ କରିଥିବା ଅଭିଯୋଗ ହୋଇଛି ।ଏହି ଘଟଣାରେ ଯୁବକଓ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ
ତିହିଡିରେ ବସରୋକ ଘଟଣା,ଫେସବୁକରେ ଆଇନଜୀବୀଙ୍କୁ ଅସମ୍ମାନ, କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଏତଲା


ଭଦ୍ରକ, ୫ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଓକିଲ ସଂଘର ସମ୍ପାଦକ ଆଇନଜୀବୀ ବିଷ୍ଣୁ ଚରଣ ଦାଶଙ୍କୁ ବାସରୋକ ଘଟଣାରେ ଜଣେ ଯୁବକ ସାମାଜିକ ଗଣମାଧ୍ୟମ (ଫେସ ବୁକ)ରେ କୁତ୍ସାରଟନା କରିବା ସହ ଅସମ୍ମାନିତ କରିଥିବା ଅଭିଯୋଗ ହୋଇଛି ।ଏହି ଘଟଣାରେ ଯୁବକଓ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଇନଜୀବି ଶ୍ରୀ ଦାଶ ଶନିବାର ଥାନାରେ ଦ୍ୱାରସ୍ଥ ହୋଇ ଏତଲା ଦେଇଥିବା ଜଣାଯାଇଛି।ଗତ ମାସ ୩୧ତାରିଖରେ ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥରେ ଯାତ୍ରୀମାନଙ୍କ ଠାରୁ ଅତ୍ୟଧିକ ବସଭଡ଼ା ନିଆଯାଉଥିବା ପ୍ରତିବାଦରେ ତିହିଡି଼ରେ କରାଯାଇଥିବା ବସରୋକୋ ଘଟଣାକୁ ନେଇ ଯୁବକଜଣକ ଏପ୍ରକାର ଆଚରଣ ବିରୁଦ୍ଧରେ ସେ ଅଭିଯୋଗ କରିଛନ୍ତି।ଆଇନଜୀବୀ ଶ୍ରୀ ଦାଶ ଅଭିଯୋଗରେ ଦର୍ଶାଇଛନ୍ତି ଯେ ,ଅତ୍ୟଧିକ ବସଭଡ଼ା ନିଆଯିବା ପ୍ରତିବାଦରେ ତିହିଡି଼ରେ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ ଆନ୍ଦୋଳନ କରାଯାଇଥିଲା । ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ତିହିଡି଼ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଦାବି ପୁରଣହେବ ବୋଲି ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ଏହି ଘଟଣା ପରେ ମୂଷାଙ୍ଗ ଗ୍ରାମର ଜଣେ ଯୁବକ ଆଇନଜୀବୀ ଶ୍ରୀ ଦାଶଙ୍କ ବିରୁଦ୍ଧରେ କୁତ୍ସାରଟନା କରିଥିଲେ । ଆଇନଜୀବୀ ଶ୍ରୀ ଦାଶ ବିନା ପଇସାରେ ବସରେ ଯାତାୟାତ କରିଥାନ୍ତି।ରାସ୍ତା ଅବରୋଧରେ ବିଫଳ ହେବାପରେ ସେ ଚାନ୍ଦା ସଂଗ୍ରହ କରିଛନ୍ତି । ଚାରି ପାଞ୍ଚ ଲୋକ ନିଜ ଛୁଆପିଲାଙ୍କୁ ମାଗଣାରେ ବସରେ ଯିବା ଆସିବା କରିବା ପାଇଁ ଏହି ପଦକ୍ଷେପ ନେଇଥିବା ଇତ୍ୟାଦି ଯୁବକ ଜଣକ ଫେସ ବୁକରେ ଲେଖିଛନ୍ତି। ଏଥିସହ ଯୁବକଙ୍କ ସହଯୋଗୀମାନେ ଗାଳିଗୁଲଜ କରିଥିବାରୁ ସେ ଅସମ୍ମାନିତ ହେବା ସହ ମାନସିକ ଭାରସାମ୍ୟ ହରାଇଥିବା ଆଇନଜୀବୀ ଶ୍ରୀ ଦାଶ ଦର୍ଶାଇଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେହି ଯୁବକଙ୍କ ବିରୁଦ୍ଧରେ ଉପଯୁକ୍ତ ଦଣ୍ଡ ବିଧାନ ପାଇଁ ସେ ଦାବି ଜଣାଇଛନ୍ତି । ତେବେ ଘଟଣାର ତଦନ୍ତ କରାଯାଉଛି ବୋଲି ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ପ୍ରକାଶ କରିଛନ୍ତ।

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande