ସୋମବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଇତାଲାଗି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ, ୫ ଅପ୍ରେଲ (ହି.ସ.)- ସୋମବାର ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆପାତତଃ ୪ ଘଣ୍ଟା ଭକ୍ତ ଦର୍ଶନ ବନ୍ଦ ରହିବ । ବୈଶାଖ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଏହି ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ । ସିଂହାରୀ ସେବକ ମାନେ ଏହି
ସୋମବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଇତାଲାଗି ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ


ପୁରୀ, ୫ ଅପ୍ରେଲ (ହି.ସ.)- ସୋମବାର ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆପାତତଃ ୪ ଘଣ୍ଟା ଭକ୍ତ ଦର୍ଶନ ବନ୍ଦ ରହିବ । ବୈଶାଖ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଏହି ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ । ସିଂହାରୀ ସେବକ ମାନେ ଏହି ନୀତି ସମ୍ପାଦନ କରିବେ । ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ସଂଧ୍ଯା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତି ସେବକ ମାନେ ଏହି ସେବା କରିଥାନ୍ତି । ଏହା ଦଇତାପତି ସେବକ ମାନଙ୍କ ଗୋଷ୍ଠୀଗତ ସେବା । ଚନ୍ଦନ ପ୍ରଲେପକୁ ସୁରକ୍ଷା ଦେବା ପାଇଁ ଏହି ପଇତାଲାଗି ନୀତି ହୋଇଥାଏ । ପାଟରା ସେବକ ମାନେ ତିନି ରଙ୍ଗର ବାସୁଙ୍ଗା ପାଟ ଯୋଗାଇ ଦେଇଥାନ୍ତି । ଶ୍ରୀମହାଲକ୍ଷ୍ମୀ ମନ୍ଦିରରେ ବାସୁଙ୍ଗା ପାଟରେ ପଇତା ବୋଳିଥାନ୍ତି । ଏହି ପଇତାକୁ ଦେଉଳକରଣଙ୍କୁ ଯୋଗାଇ ଦେବେ । ଦ୍ବିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ମହାଲକ୍ଷ୍ମୀ ଓ ଭୂଦେବୀ ଖଟ ଶେଜ ଘରକୁ ବିଜେ କରିବା ପରେ ପଇତାଲାଗି ସେବା ପାଇଁ ଦଇତାପତି ସେବକ ଗର୍ଭଗୃହରେ ପ୍ରବେଶ କରିବେ । ଗୁପ୍ତ ନୀତି ଯୋଗୁ ଜୟ ବିଜୟ ଦ୍ଵାର ବନ୍ଦ ରହିବ । ଦେଉଳକରଣଙ୍କ ଠାରୁ ଦଇତାପତି ସେବକ ମାନେ ତିନି ରଙ୍ଗର ପାଟ ପଇତା ଗ୍ରହଣ କରି ପତି ମହାପାତ୍ରଙ୍କ ଉପସ୍ଥିତିରେ ଶ୍ରୀଜୀଉଙ୍କ ଠାରେ ପଇତା ଲାଗି କରିବେ । ଶ୍ରୀଜଗନ୍ନାଥଙ୍କ ହଳଦିଆ ପାଟପଇତା, ଶ୍ରୀବଳଭଦ୍ରଙ୍କ ସବୁଜ ରଙ୍ଗର ପାଟପଇତା ଓ ମା ସୁଭଦ୍ରାଙ୍କୁ ନାଲି ରଙ୍ଗର ପାଟପଇତା ଲାଗି କରାଯିବ । ପଇତା ଲାଗି ପରେ ମେକାପ ସେବକଙ୍କ ଦ୍ବାରା ସିଂହାସନ ଧୁଆ ହେବା ପରେ ମହାସ୍ନାନ କରାଯିବ । ଏହି ବେଶକୁ ଭକ୍ତ ଦର୍ଶନ କଲେ ମହାପୂଣ୍ଯ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande