ଆଜି ଲଦ୍ଦାଖକୁ ଡାଏରୀ ଓ ସହକାରୀ କ୍ଷେତ୍ର ସହିତ ଜଡିତ ପ୍ରକଳ୍ପ ଭେଟି ଦେବେ ଅମିତ ଶାହ
ନୂଆଦିଲ୍ଲୀ, ୦୧ ମଇ (ହି.ସ.)। କେନ୍ଦ୍ରୀୟ ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ ଆଜି ଲଦାଖର ଲେହରେ ସ୍ଥିତ କେନ୍ଦ୍ରୀୟ ବୌଦ୍ଧ ଅଧ୍ୟୟନ ସଂସ୍ଥାନରେ ଡାଏରି ଏବଂ ସହକାରୀ କ୍ଷେତ୍ର ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ଏହି
ଆଜି ଲଦ୍ଦାଖକୁ ଡାଏରୀ ଓ     ସହକାରୀ କ୍ଷେତ୍ର ସହିତ ଜଡିତ ପ୍ରକଳ୍ପ ଭେଟି ଦେବେ ଅମିତ ଶାହ


ନୂଆଦିଲ୍ଲୀ, ୦୧ ମଇ (ହି.ସ.)। କେନ୍ଦ୍ରୀୟ ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ

ଶାହ ଆଜି ଲଦାଖର ଲେହରେ ସ୍ଥିତ କେନ୍ଦ୍ରୀୟ ବୌଦ୍ଧ ଅଧ୍ୟୟନ ସଂସ୍ଥାନରେ ଡାଏରି ଏବଂ ସହକାରୀ

କ୍ଷେତ୍ର ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ଏହି

ଅବସରରେ କେନ୍ଦ୍ରୀୟ ମତ୍ସ୍ୟ, ପଶୁପାଳନ ଏବଂ ଡାଏରି ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଉର୍ଫ ଲଲନ ସିଂହ ଏବଂ ଲଦାଖର

ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଉପସ୍ଥିତ ରହିବେ।

ସହକାରିତା ମନ୍ତ୍ରଣାଳୟ

ଅନୁସାରେ, କେନ୍ଦ୍ର ସରକାର ଲଦାଖରେ

ଡେୟରି ଢାଞ୍ଚାକୁ ମଜବୁତ କରିବା ପାଇଁ ପଦକ୍ଷେପ ନେଇଛି। ଶାହ କାରଗିଲରେ ପ୍ରତିଦିନ ୧୦ ଟନ

କ୍ଷମତା ସହିତ ଡେୟରି ପ୍ଲାଣ୍ଟର ଶିଳାନ୍ୟାସ କରିବା ସହିତ ଲେହରେ ଦହି ଏବଂ ପନିର ଉତ୍ପାଦନ ୟୁନିଟ୍ଗୁଡ଼ିକର

ଉଦ୍ଘାଟନ କରିବେ। ଏହି ଅବସରରେ ଦୁଧ ସଂରକ୍ଷଣ ଏବଂ ପରିବହନକୁ ଉନ୍ନତ କରିବା ପାଇଁ ବଲ୍କ ମିଲ୍କ

କୁଲର ସିଷ୍ଟମ୍ ମଧ୍ୟ ଆରମ୍ଭ କରାଯିବ। ସେହିପରି ଏଣ୍ଡ୍ରଏଡ୍ ଆଧାରିତ ଅଟୋମେଟେଡ୍ ମିଲ୍କ

କଲେକ୍ସନ୍ ସିଷ୍ଟମ୍ଆପ୍ ମଧ୍ୟ ଲଞ୍ଚ୍ କରାଯିବ। ଏହା ଦୁଧ କ୍ରୟ ପ୍ରକ୍ରିୟାରେ

ପାରଦର୍ଶିତା ଆଣିବ ଏବଂ କୃଷକମାନଙ୍କୁ ଅର୍ଥପ୍ରଦାନରେ ସୁବିଧା ଦେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande