
ନୂଆଦିଲ୍ଲୀ, ୨ ମଇ (ହିସ)- ଶନିବାର ଦିଲ୍ଲୀର ଜଣେ ବିଚାରପତି ଆତ୍ମହତ୍ୟା କରିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଦିଲ୍ଲୀର ସଫଦରଜଙ୍ଗ ଅଂଚଳରେ ରହୁଥିବା ବିଚାରପତି ଅମନ କୁମାର ଶର୍ମା ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।
ବିଚାରପତିଙ୍କ ଏହି ଚରମ ପଦକ୍ଷେପର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ବିଚାରପତି ଅମନ କୁମାର ଶର୍ମା ଉତର-ପୂର୍ବ ଦିଲ୍ଲୀ ଆଇନ ସେବା ପ୍ରାଧିକରଣର ସଚିବ ଥିଲେ।
------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ