
କୋଲକାତା, ୦୧ ମଇ (ହି.ସ.)। ଦକ୍ଷିଣ କୋଲକାତାର ଖୁଦିରାମ ଅନୁଶୀଳନ କେନ୍ଦ୍ରରେ
କଥିତ ସନ୍ଦିଗ୍ଧ କାର୍ଯ୍ୟକଳାପର ବିରୋଧରେ ଗୁରୁବାର ସନ୍ଧ୍ୟାରେ ତୃଣମୂଳ କଂଗ୍ରେସର
ପ୍ରାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ
ହୋଇପଡ଼ିଥିଲା। ନିର୍ବାଚନ ଆୟୋଗ ରାତିରେ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ଅଭିଯୋଗକୁ
ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଦେଇଥିଲା।
ତୃଣମୂଳ ପ୍ରାର୍ଥୀ କୁଣାଲ
ଘୋଷ ଏବଂ ଶଶି ପାଞ୍ଜା କେନ୍ଦ୍ରର ବାହାରେ ଧରଣାରେ ବସିଥିଲେ। ପରେ ବିଜୟ ଉପାଧ୍ୟାୟ ମଧ୍ୟ
ପ୍ରତିବାଦରେ ଯୋଗ ଦେଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ଷ୍ଟ୍ରଙ୍ଗ ରୁମ୍ ଭିତରେ ସନ୍ଦିଗ୍ଧ
କାର୍ଯ୍ୟକଳାପ ଚାଲିଛି। ଲାଇଭ୍ ଷ୍ଟ୍ରିମିଂରେ ଭିତରେ କିଛି ଘଟୁଥିବା ଦେଖାଯାଇଥିଲା। ବ୍ୟାଲଟ୍
ପେପରଗୁଡ଼ିକୁ ଏପଟ ସେପଟ କରାଯାଉଥିବା ବେଳେ ଭିତରେ କିଛି ଘଟୁନଥିବା ବେଳେ ଅଧିକାରୀ କହିଛନ୍ତି
।
ପରିସ୍ଥିତି ସେତେବଳେ
ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା, ଯେତେବେଳେ ଭାଜପା ପ୍ରାର୍ଥୀ ତାପସ ରାୟ ଏବଂ ସନ୍ତୋଷ ପାଠକ ମଧ୍ୟ
ସେଠାରେକୁ ପହଞ୍ଚିଥିଲେ। ସେମାନେ ନିର୍ବାଚନ ଆୟୋଗର ଅଧିକାରୀମାନଙ୍କ ସହ କଥା ହୋଇ ସେଠାରୁ
ଫେରିଯାଇଥିଲେ। ରାତିରେ ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ ଅଗ୍ରୱାଲ ପ୍ରେସ୍ କନ୍ଫରେନ୍ସ କରି
ସ୍ପଷ୍ଟ କରିଥିଲେ ଯେ ଷ୍ଟ୍ରଙ୍ଗ ରୁମ୍ ସମ୍ପୂର୍ଣ୍ଣ ଭାବେ ସିଲ୍ ଏବଂ ସୁରକ୍ଷିତ ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା