
ଚଣ୍ଡୀଗଡ଼, ୧ ମଇ (ହି.ସ.)- ପାଣିପାଗରେ ପରିବର୍ତନ ପରେ ବି.ଏସ୍.ଏଫ୍. ଅମୃତସରର ଭାରତ-ପାକିସ୍ତାନ ଅଟାରୀ ସୀମାରେ ଦୈନିକ ଅନୁଷ୍ଠିତ ହେଉଥିବା ରିଟ୍ରିଟ ସେରେମନିର ସମୟରେ ପରିବର୍ତନ କରାଯାଇଛି ।
ନୂତନ ନିଷ୍ପତି ଅନୁଯାୟୀ, ରିଟ୍ରିଟ ସେରେମନି ଏଣିକି ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ, ରିଟ୍ରିଟ୍ ସନ୍ଧ୍ୟା ୫ଟା ୩୦ରେ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେଉଥିଲା ।
ଅଧିକାରୀମାନେ କହିଛନ୍ତି ଯେ, ଦର୍ଶକଙ୍କୁ ଏକ ଉନ୍ନତ ଅନୁଭୂତି ଦେବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ରଖିବା ପାଇଁ ଏହି ପରିବର୍ତନ ଜରୁରୀ ଥିଲା । ନୂତନ ସମୟ ଶୁକ୍ରବାର ମଇ ୧ ତାରିଖ ଠାରୁ କାର୍ଯ୍ୟକାରୀ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ