
ଗୌହାଟୀ, ୧୨ ମେ (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସରସଂଘଚାଳକ ଡକ୍ଟର ମୋହନ ଭାଗବତ ୧୩ ତାରିଖରେ ଆସାମରେ ପହଂଚିବେ। ଡକ୍ଟର ମୋହନ ଭାଗବତ ବୁଧବାର ସନ୍ଧ୍ୟାରେ ଗୌହାଟୀର ବୋରଝାରସ୍ଥିତ ଲୋକପ୍ରିୟ ଗୋପୀନାଥ ବୋର୍ଡୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ହୋଜାଇ ପାଇଁ ପ୍ରସ୍ଥାନ କରିବେ। ଆଜି ଏହି ସୂଚନା ଆରଏସଏସର ଉତର ଆସାମ ପ୍ରଦେଶର ପ୍ରଚାର ମୁଖ୍ୟ କିଶୋର ଶିବମ ଦେଇଛନ୍ତି।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତର୍ା ବିକାଶ ବର୍ଗ-୧ (ଦ୍ୱିତୀୟ ବର୍ଷ) ତାଲିମ ଶିବିର ମେ ୧୧ ରୁ ଜୁନ୍ ୧ ପର୍ଯ୍ୟନ୍ତ ହୋଜାଇର ସଂସ୍କାର ମନ୍ଦିର ପ୍ରୋଜେକ୍ଟ କ୍ୟାମ୍ପସରେ ଆରମ୍ଭ ହୋଇଛି। ଡକ୍ଟର ମୋହନ ଭାଗବତ ୧୪, ୧୫ ଏବଂ ୧୬ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ୟା ବିକାଶ ବର୍ଗ-୧ ତାଲିମ ଶିବିରରେ ତିନି ଦିନ ପାଇଁ ଉପସ୍ଥିତ ରହିବେ ଏବଂ ୧୭ ମଇ ସକାଳେ ଗୌହାଟି ଫେରିବେ।
ଏହା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତାଲିମ ଶିବିରରେ ସରସଂଘଚାଳକଙ୍କ ନିୟମିତ ପ୍ରବାସର ଏକ ବିଶେଷ ଅଂଶ। କିଶୋର ଶିବମ୍ କହିଛନ୍ତି ଯେ ହୋଜାଇରେ ତାଙ୍କର ତାଲିମ ସମାପ୍ତ କରିବା ପରେ, ଡକ୍ଟର ମୋହନ ଭାଗବତ ଗୌହାଟିର ବରବାରୀସ୍ଥିତ ସୁଦର୍ଶନାଳୟରେ ଏକ ସଂକ୍ଷିପ୍ତ ରହଣି ପରେ ମେ ୧୭ ରେ ନାଗପୁର ଅଭିମୁଖେ ଯାତ୍ରା କରିବେ।
ଉଲ୍ଲେଖନୀୟ ଯେ ହୋଜାଇର ସଂସ୍କାର ମନ୍ଦିର ପ୍ରୋଜେକ୍ଟ କ୍ୟାମ୍ପସରେ ମଇ ୧୧ ତାରିଖରେ ଆରମ୍ଭ ହୋଇଥିବା ୨୦ ଦିନିଆ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାର୍ଯ୍ୟକର୍ୟା ବିକାଶ ବର୍ଗ-୧ ତାଲିମ ଶିବିର ଜୁନ୍ ୧ ତାରିଖରେ ଶେଷ ହେବ।
କେବଳ ସଂଘ ଶିକ୍ଷା ବର୍ଗ ତାଲିମ ପାଇଥିବା ସ୍ୱୟଂସେବକମାନେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଆସାମ କ୍ଷେତ୍ର ଦ୍ୱାରା ପରିଚାଳିତ କାର୍ଯ୍ୟକର୍ୟା ବିକାଶ ବର୍ଗ-୧ ତାଲିମ ଶିବିରରେ ଅଂଶଗ୍ରହଣ କରିପାରିବେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଆସାମ କ୍ଷେତ୍ରର ପାଂଚଟି ପ୍ରଦେଶ, ଯଥା ଉତର ଆସାମ, ଦକ୍ଷିଣ ଆସାମ, ତ୍ରିପୁରା, ମଣିପୁର ଏବଂ ଅରୁଣାଚଳ ପ୍ରଦେଶରୁ ମୋଟ ୧୦୩ ଜଣ ସ୍ୱୟଂସେବକ ଏହି ତାଲିମରେ ଅଂଶଗ୍ରହଣ କରୁଛନ୍ତି। ଆସାମ କ୍ଷେତ୍ର ଅଧୀନରେ, ଉତର ଆସାମ ପ୍ରଦେଶରୁ ୫୬ ଜଣ, ତ୍ରିପୁରା ପ୍ରଦେଶରୁ ୨୦ ଜଣ, ମଣିପୁର ପ୍ରଦେଶରୁ ୧୩ ଜଣ, ଦକ୍ଷିଣ ଆସାମ ପ୍ରଦେଶରୁ ୮ ଜଣ ଏବଂ ଅରୁଣାଚଳ ପ୍ରଦେଶରୁ ୬ ଜଣ ସ୍ୱୟଂସେବକ ଏହି ତାଲିମରେ ଅଂଶଗ୍ରହଣ କରୁଛନ୍ତି।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ